Masthead

ଲାଲଗଡ଼ ରେ ଉଡିଲା ତ୍ରିରଙ୍ଗା

 

ମାଲକାନଗିରି,  (ବଡ଼ ଖବର ବ୍ୟୁରୋ):   ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ସ୍ଥାପନ ହୋଇଛି ଆଉ ଏକ ବି.ଏସ.ଏଫ କ୍ୟାମ୍ପ । ଫଳରେ ସମଗ୍ର ସ୍ବାଭିମାନ ଅଞ୍ଚଳକୁ ଏବେ ନିଜ କବଜାରେ ରଖିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ । ଲାଲ୍ ଗଡରେ ତ୍ରିରଙ୍ଗା ପତାକା ଉଡାଇ ନକ୍ସଲଙ୍କୁ କଡା ଚ୍ୟାଲେଞ୍ଜ ଦେଇଛି ମାଲକାନଗିରି ପୋଲିସ ।

ଦିର୍ଘ ୬ ଦଶନ୍ଦି ପରେ ଲାଲ୍ ଗଡରେ ଉଡିଲା ତ୍ରିରଙ୍ଗା ପତାକା । ଲାଲ୍ ବାହିନୀର ଛାତି ଚିରି ପାହାଡ ଉପରେ ଭାରତ ମାତାର ଜୟ ଧ୍ବନି ଦେଲେ ବି.ଏସ.ଏଫ ଯବାନ । ଅନେକ ବର୍ଷ ପରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ । ପୁର୍ବରୁ ଦିନରାତି କେବଳ ଗୁରୁପ୍ରିୟା ସେତୁକୁ ସୁରକ୍ଷା ଯୋଗାଉଥିବା ବି.ଏସ.ଏଫ  ଏବେ ସ୍ବାଭିମାନ ଅଞ୍ଚଳର ପ୍ରତେକ ଆଦିବାସୀ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାର ଦାୟିତ୍ବ ନେଇଛି । ନକ୍ସଲ  ଙ୍କ ରାଜଧାନୀ କୁହାଯାଉଥିବା ଗୋରାସେତୁ ଠାରେ ବି.ଏସ.ଏଫ ର ନବମ ବାଟାଲିଆନ ପୋତିଛି  ବିଜୟ ଖୁଣ୍ଟ । କଡା ସୁରକ୍ଷା ବଳୟ ମଧ୍ୟରେ ମାଲକାନଗିରି ଏସ.ପି. ରିଷିକେଶ ଖିଲାରି ବି.ଏସ.ଏଫ ଜବାନଙ୍କୁ ନେଇ ପହଞ୍ଚିଛନ୍ତି ଗୋରାସେତୁ ଠାରେ । ନକ୍ସଲ ଙ୍କୁ ଦମନ କରିବା ଲାଗି ଜବାନଙ୍କ ସାଥିରେ ଜଡାମ୍ବ ଗାଁ ଡେଇଁ ଗୋରାସେତୁ ଠାରେ ପହଞ୍ଚିଛି ଗାଡି ଗାଡି ଗୋଳା ବାରୁଦ । ନିରୀହ ଆଦିବାସୀ ଲୋକଙ୍କୁ ବର୍ଷ ବର୍ଷ ଧରି ବିକାଶ ଧାରାରୁ ଦୂରରେ ରଖିଥିଲେ ନକ୍ସଲ  । ହେଲେ ଏବେ ସେମାନଙ୍କ ପଖରେ ସୁରକ୍ଷା ବାହିନୀ ପହଞ୍ଚିବା ପରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନର ବିକାଶ ସହ ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କରିବାରେ ପ୍ରଶାସନ ସାହାଯ୍ୟ କରିବ ବୋଲି  କହିଛନ୍ତି ମାଲକାନଗିରି ଏସ.ପି. ।

ଦିନେ ମୁହ ଲୁଚାଇ ବୁଲୁଥିବା ବିଚ୍ଛିନ୍ନ।ଞ୍ଚଳର ଆଦିବାସୀ ଲୋକଙ୍କ ମୁହରେ ଏବେ ହସ ଫୁଟିଛି । ଭୟରେ ନକ୍ସଲ  ଙ୍କୁ ସାହାଯ୍ୟ କରୁଥିବା ଆଦିବାସୀ ଲୋକେ ଏବେ ବି.ଏସ.ଏଫ ଜବାନ ପାଖରେ ପହଞ୍ଚିଛନ୍ତି । ଦିର୍ଘ ୬୦ ବର୍ଷ ଧରି ନକ୍ସଲ ମାନେ ଆଦିବାସୀ ଙ୍କ ଉପରେ କିପରି ଜୁଲୁମ କରୁଥିଲେ ତାହା ଜବାନଙ୍କୁ ଜଣାଇଛନ୍ତି  । ଆଉ ଏବେ ଗାଁର ଗରିବ ଲୋକଙ୍କ ଲାଗି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିବା ସହ ଗାଁରେ ସଡକ, ସ୍ୱାସ୍ଥ୍ୟ ସାଙ୍ଗକୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାର ଲକ୍ଷ୍ୟ ରଖିଛି ପ୍ରଶାସନ । ଯାହାକୁ ନେଇ ଅନେକ ଖୁସି ହୋଇଛନ୍ତି ବିଚ୍ଛିନ୍ନାଞ୍ଚଳର ଆଦିବାସୀ ଲୋକ ।ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର.ଭିନିଲ କ୍ରିଷ୍ନାଙ୍କ ଅପହରଣ ପରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ସରକାରୀ ବାବୁ ଙ୍କ   ପାଇଁ ବିିପଦ ଥିଲା  । ସେତୁ ନିର୍ମାଣ ହେବା ପରେ ବର୍ତମାନର ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ମାଲକାନଗିରି ଏସପିଙ୍କ ଉଦ୍ୟମ କାରଣରୁ ସମଗ୍ର ବିଛିନ୍ନାଞ୍ଚଳ ଏବେ ଅତିଶୀଘ୍ର ସ୍ବାଭିମାନ ଅଞ୍ଚଳରେ ପରିଣତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ