Masthead

ଭାରତୀୟ ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ ‘ନାଗାସ୍ତ୍ର-୧’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆହୁରି ଶକ୍ତିଶାଳୀ ହେଉଛି ଭାରତୀୟ ସେନା। ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’ । ଶତ୍ରୁକୁ ମୁହଁତୋଡ଼ ଜବାବ ଦେବା ଲାଗି ଭାରତୀୟ ସେନାରେ ସାମିଲ ହୋଇଛି ନୂଆ ଅସ୍ତ୍ର । ଯାହାର ନାଁ ରହିଛି ସାଇଲେଣ୍ଟ କିଲର ନାଗାସ୍ତ୍ର-୧। ନାଗପୁରର ସୋଲାର ଇଣ୍ଡଷ୍ଟ୍ରିଜରେ ସ୍ୱତନ୍ତ୍ର ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଆତ୍ମଘାତୀ ଡ୍ରୋନକୁ ସେନାକୁ ହସ୍ତାନ୍ତର କରାଯିବା ପରେ ଏହାର ସଫଳ ପରୀକ୍ଷଣ ହୋଇଛି। ଏହାଦ୍ୱାରା ଦେଶର ସୁରକ୍ଷା ଦିଗରେ ସ୍ଥଳସେନା ଆଉ ଏକ ମଇଲଷ୍ଟୋନ ଛୁଇଁଛି। ପ୍ରଥମ ପର୍ୟ୍ୟାୟରେ ୧୨୦ଟି ନାଗାସ୍ତ୍ର-୧ ଭାରତୀୟ ସେନାକୁ ମିଳିଛି। ସେନା ପକ୍ଷରୁ ଏହାକୁ ସୁଇସାଇଡ ଡ୍ରୋନ କୁହାଯାଉଛି। ସେନାକୁ ମୋଟ ୪୫୦ ନାଗାସ୍ତ୍ର ମିଳିବ ବୋଲି ନିଷ୍ପତ୍ତି ହୋଇଛି। ସ୍ଥଳ ସେନାରେ ସାଇଲେଣ୍ଟ କିଲର ନାଗାସ୍ତ୍ର-୧ ସାମିଲ ହେବା ଦ୍ୱାରା ବାହ୍ୟଶତ୍ରୁ ଦମନ ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଅଙ୍କୁଶ ଲାଗିବ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।

ବିଶେଷ କରି ଭାରତ-ପାକିସ୍ତାନ ଓ ଚାଇନା ସୀମାରେ ନାଗାସ୍ତ୍ର-୧କୁ ମୁତୟନ କରାଯିବ। ଏହା ଏକ ଡ୍ରୋନ ଭଳି କାମ କରିବ। ଏହାକୁ ବ୍ୟବହାର କରି ଭାରତୀୟ ସେନା ସୀମାରେ ଶତ୍ରୁ ପକ୍ଷର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିପାରିବ। ଏହାବାଦ ଏହି ଡ୍ରୋନ ଆକାଶରେ ରହି ଯେଉଁଠି ଶତ୍ରୁ ପକ୍ଷରୁ ହମଲା କରିବାକୁ ଚେଷ୍ଟା କରାଯାଉଛି, ତା’କୁ ବି ନଷ୍ଟ କରିବାକୁ ସକ୍ଷମ। ଏହା ଆକାଶରେ ପ୍ରାୟ ୬୦ରୁ ୯୦ ମିନିଟ ବିଚରଣ କରିପାରିବା ସହ ୧୫ରୁ ୩୦ କିମି ପରିଧି ମଧ୍ୟରେ ହେଉଥିବା ସମସ୍ତ ଗତିବିଧିକୁ ଦେଖାଇପାରିବ। ଏଥିରେ ୧ରୁ ୪ କେଜି ଯାଏ ବିସ୍ଫୋରକ ମଧ୍ୟ ନିଆଯାଇ ପାରିବ। ଅତ୍ୟଧିକ ତାପମାତ୍ରା ବ୍ୟତୀତ ଉଚ୍ଚ ଶୃଙ୍ଗରେ ବି ଏହି ଡ୍ରୋନକୁ ପରିଚାଳନା କରାଯାଇପାରିବ। ଏହି ଡ୍ରୋନ ୪ହଜାର ୫୦୦ ମିଟର ଉଚ୍ଚରେ ଉଡ଼ି ପାରିବ। ଫଳରେ ଏହାକୁ କୌଣସି ରାଡାର ବି ଧରିପାରିବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ