Masthead

ଡେପୁଟି ସିଏମ ପଦ, କ’ଣ କହେ ସମ୍ବିଧାନ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନ କମାଣ୍ଡ ଧରିଥିବାବେଳେ ଓଡ଼ିଶାରେ ୨୪ବର୍ଷରେ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି। ଚନ୍ଦ୍ରବାବୁଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ତେଲୁଗୁ ସିନେମା ସୁପରଷ୍ଟାର ତଥା ନେତା ପୱନ କଲ୍ୟାଣ। ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କନକ ବର୍ଦ୍ଧନ ସିଂଦେବ ଓ ପ୍ରଭାତୀ ପରିଡା।

ଗତ ୧୦ ବର୍ଷର ନିର୍ବାଚନ ଇତିହାସରେ ବିଭିନ୍ନ ରାଜ୍ୟରେ ଡେପୁଟି ସିଏମ କରିବାର ଧାରା ଲାଗି ରହିଛି। ତେବେ ଜାଣିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉପ ମୁଖ୍ୟମନ୍ତ୍ରୀ କେତେ ପାଓ୍ବାରଫୁଲ ଅଟନ୍ତି। ତାଙ୍କ ପାଖରେ କେତେ ଅଧିକାର ରହିଛି। ଭାରତୀୟ ସମ୍ବିଧାନ ଧାରା ୧୬୩ (୧) ଅନୁସାରେ ରାଜ୍ୟପାଳଙ୍କୁ କାର୍ୟ୍ୟ ପରିଚାଳନା କରିବାରେ ଓ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରୀ ପରିଷଦ ଗଠନ ହୋଇଥାଏ। ସେହପରି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତି ହେଉଥିବାବେଳେ ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳଙ୍କ ଦ୍ୱାରା ହୋଇଥାଏ ବୋଲି ସମ୍ବିଧାନରେ ରହିଛି। କିନ୍ତୁ କୌଣସି ସ୍ଥାନରେ ଡେପୁଟି ସିଏମ ଅର୍ଥାତ ଉପମୁଖ୍ୟମନ୍ତ୍ରୀଙ୍କ ପଦବୀ ବିଷୟରେ ଉଲ୍ଲେଖ ନାହିଁ।

ଡେପୁଟି ସିଏମ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ପାଇଥାନ୍ତି। ସେମାନଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ବିବେଚନା କରାଯାଏ । ଡେପୁଟି ସିଏମଙ୍କ କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ କିମ୍ବା ପ୍ରଶାସନିକ କ୍ଷମତା ନାହିଁ । ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି କରିଥା’ନ୍ତି। ତେବେ ଡେପୁଟି ସିଏମଙ୍କୁ ହଟାଇବା କିମ୍ବା ବଦଳାଇବା ଦାୟିତ୍ୱ କେବଳ ମୁଖ୍ୟମନ୍ତ୍ରୀଙ୍କ ରହିଛି। ଯେହେତୁ ଏହି ନାମ କିମ୍ବା କ୍ଷମତା ସମ୍ବିଧାନରେ ଲିପିବଦ୍ଧ ହୋଇନାହିଁ, ଆଇନ ଅନୁଯାୟୀ ଡେପୁଟି ସିଏମ କିଛି କରିପାରିବେ ନାହିଁ । ଏହା କେବଳ ରାଜନୈତିକ ବ୍ୟବସ୍ଥାର ଏକ ଅଂଶ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚୁଥିବା ଫାଇଲଗୁଡ଼ିକ ଉପ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଏନାହିଁ। ଡେପୁଟି ସିଏମ କେବଳ ସେହି ବିଭାଗର ଫାଇଲଗୁଡ଼ିକୁ ଦେଖନ୍ତି ଯେଉଁ ବିଭାଗରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି।

ପଦବୀ ଏବଂ ଭତ୍ତା ଦୃଷ୍ଟିରୁ ଡେପୁଟି ସିଏମ ପଦବୀ କ୍ୟାବିନେଟ ମନ୍ତ୍ରୀଙ୍କ ପଦ ସହ ସମାନ। ତେବେ ଡେପୁଟି ସିଏମ ପଦବୀ କ୍ୟାବିନେଟରେ ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଅଟେ। ଡେପୁଟି ସିଏମ ପଦ ମନ୍ତ୍ରୀ ପରିଷଦର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ ତାଙ୍କ ବିନା ଅନୁମତିରେ କୌଣସି ଆଦେଶ କିମ୍ବା ନିର୍ଦ୍ଦେଶ ଦେଇପାରିବେ ନାହିଁ। ତେବେ ଡେପୁଟି ସିଏମ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ