Masthead

ବିଜେପି ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବ : ମନମୋହନ ସାମଲ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ବିଜୁସ୍ମୃତିଠାରେ ଶନିବାର ବିଜେପି ପକ୍ଷରୁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଆୟୋଜନ କରାଯାଇଥିଲା ରଜ ମହୋତ୍ସବ କାର୍ଯ୍ୟକ୍ରମ । ଜିଲା ସମ୍ପାଦକ କମଳାକାନ୍ତ ସୁତାର ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ନିର୍ବାଚନମଣ୍ଡଳିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ । ନିର୍ବାଚନର ହାରିବା ପରେ ଏହା ଥିଲା ତାଙ୍କର ପ୍ରଥମ ଚାନ୍ଦବାଲି ଗସ୍ତ ।

କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସାମଲ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଦଳରେ ରହି ଯେ ଲୋକଙ୍କଠାରୁ ପିସି ନେବ କିମ୍ବା ଯେଉଁ ଲୋକ ଭତ୍ତା, ଆବାସ, ରାସନକାର୍ଡ ବା ଯେକୌଣସି ସରକାରୀ କାମ ପାଇଁ ଟଙ୍କା ଦେବ ଉଭୟ ଦଳରୁ ବିଦା ହେବେ । ଓଡ଼ିଶାର ବିଜେପି ସରକାର ହୋଇଛି । ସାଧାରଣ ଲୋକଙ୍କ ସରକାର ବିଜେଡି ତରିକା ଏଠି ଚଳିବ ନାହିଁ । ଲୋକଙ୍କ କାମ ସୁବିଧାରେ ମାଗଣାରେ ହେବ । ରାଜ୍ୟ ସରକାରଙ୍କ ସୁବିଧା ଖାଲି ଆମ ଦଳ ପାଇଁ ନୁହେଁ ସବୁ ଦଳ ପାଇଁ । ନିର୍ବାଚନରେ ବିଜେପି ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବ । ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିଲୁ । ଚାଷୀର ଧାନ ଏବେ ଚାଷୀ ୩୧୦୦ ଟଙ୍କା ବିକିବ । ସୁଭଦ୍ରା ଯୋଜନାରେ ମହିଳାମାନେ ଲାଭ ପାଇବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ