Masthead

ଶ୍ରୀଜିଉ ପିନ୍ଧିବେ ଶ୍ୱେତ ବସ୍ତ୍ର

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦାରୁବ୍ରହ୍ମଙ୍କ ଅଣସର ସେବା । ଆଜି ଅନବସରର ଦ୍ୱିତୀୟ ଦିନ । ଅଣସର ଘରେ ମହାପ୍ରଭୁଙ୍କ ନିକଟରେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ରଙ୍ଗର ଫୁଲ ଲାଗି ନୀତି ସମ୍ପର୍ଣ୍ଣ କରୁଛନ୍ତି ଦଇତାପତି ସେବାୟତ । ବୈଦ୍ୟରାଜଙ୍କ ପରାମର୍ଶକ୍ରମେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନା ଓ ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଭୋଗ କରାଯାଉଛି । ଦଇତାପତି ସେବକମାନେ ଠାକୁରଙ୍କ ସ୍ୱତନ୍ତ୍ର ଉପଚାରରେ ଲାଗିଛନ୍ତି । ଠାକୁରେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିଛନ୍ତି ।

ଏବେ ମହାପ୍ରଭୁଙ୍କୁ ତୁଳସୀ ଲାଗି କରାଯାଉ ନାହିଁ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୂନ୍ୟକୁ ପଣା ଭୋଗ ସମର୍ପଣ କରାଯାଉଛି । ଠାକୁରେ ନିରାକାର ଓ ସର୍ବତ୍ର ବିଦ୍ୟମାନ । ଏଣୁ ପତିମହାପାତ୍ରେ ଶୂନ୍ୟକୁ ଚାହିଁ ପଣା ଭୋଗ ସମର୍ପଣ କରୁଛନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁନା କୂଅ ଜଳ ସ୍ନାନ ପରେ ଠାକୁରଙ୍କୁ ଜ୍ୱର । ଏଣୁ ଏକବସ୍ତ୍ର ହୋଇ ଅତି ନିଷ୍ଠା ଓ ଶୁଦ୍ଧପୂତ ଭାବେ ଦଇତାପତିମାନେ ଠାକୁରଙ୍କ ସେବା ଆରମ୍ଭ କରିଛନ୍ତି । ଏହି ସମୟରେ ବନ୍ଦ ହୋଇଯାଉଛି ଜୟବିଜୟ ଦ୍ୱାର । ଦୁଇଥର ଅଣସର ପଣା ଓ ଚକଟା ଭୋଗ ଅର୍ପଣ କରାଯାଉଛି ।

ସ୍ୱତନ୍ତ୍ର ପଣା “ପାଚନ ପାଣି’ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି । ଠାକୁରମାନଙ୍କୁ କେବଳ ଫଳମୂଳ ଲାଗି କରାଯାଉଛି । ସୁସ୍ଥ ହେଲା ପରେ ଠାକୁରଙ୍କୁ ତୁଳସୀ ଲାଗି କରାଯିବ । ଏହି ସମୟରେ ଶ୍ରୀମନ୍ଦିରରେ ଉଚ୍ଚ ଧ୍ୱନି ମନା ବୋଲି ସେବକ କୁହନ୍ତି । ସେପଟେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟି ଦିଅଁଙ୍କ ପୂଜାର୍ଚ୍ଚନା । ଶ୍ରୀମନ୍ଦିର ଆସୁଥିବା ଭକ୍ତ ଏବେ ପଟି ଦିଅଁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଦେବୀ ଭୁବନେଶ୍ୱରୀଙ୍କ ଦର୍ଶନ କରୁଛନ୍ତି । ଶ୍ରୀଜିଉଙ୍କ ଅଣସର ସମୟରେ ହିଁ ଏହି ପଟି ଦିଆଁ ପୂଜା ପାଇଥାନ୍ତି । ଅଣସର ପରେ ପଟି ଦିଅଁଙ୍କୁ ବିସର୍ଜନ କରାଯିବାର ପରମ୍ପରା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ