Masthead

ଓମ୍‌ ବିର୍ଲା ପୁଣି ହୋଇପାରନ୍ତି ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଓମ୍‌ ବିର୍ଲା ପୁଣି ହୋଇପାରନ୍ତି ଲୋକସଭା ବାଚସ୍ପତି । ବିର୍ଲା ପୁଣି ବାଚସ୍ପତି ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି  । ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଓମ୍ ବିର୍ଲା । ଆଜି ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଦିନ ୧୨ ସୁଦ୍ଧା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ପୁଣି ଥରେ ଓମ ବିର୍ଲା ଲୋକ ସଭାର ବାଚସ୍ପତି ହୋଇପାରନ୍ତି। ଓମ ବିର୍ଲାଙ୍କୁ ଟିଡିପି ସମର୍ଥନ କରିବ ବୋଲି ଜଣାପଡିଛି।

ତେବେ ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମ ବିର୍ଲା ଭେଟିଥିବା ଖବର ସାମ୍ନାକୁ ଆସିଛି। ଯାହା ପରେ ସେ ପୁଣି ବାଚସ୍ପତି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବାଚସ୍ପତି ପଦ ପାଇଁ ସହମତି ଜୁଟାଇବା ପାଇଁ ବିରୋଧୀ ନେତାଙ୍କ ସହ ରାଜନାଥ ସିଂ କଥା ହୋଇଛନ୍ତି। ବୁଧବାର ନୂଆ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ରେସ୍‌ରେ ଓମ୍‌ ବିର୍ଲା, ଭର୍ତ୍ତୁହରି ମହାତାବ, ରାଧାମୋହନ ସିଂ, ଡି.ପୁରନ୍ଦେଶ୍ୱରୀ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ