Masthead

ମାସ୍କ ମାରିବ କରୋନା ଜୀବାଣୁ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):    କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ସବୁଠାରୁ ବଡ଼ ଆବଶ୍ୟକତା । ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ଵ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଇତିମଧ୍ୟରେ ମୁମ୍ବାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଫେସ ମାସ୍କ ପ୍ରସ୍ତୁତ କରିଛନ୍ତି ଯାହା କରୋନା ଭୂତାଣୁକୁ ସହଜରେ ମାରିପାରିବ । ଏହି ମାସ୍କ ଉପରେ ଭୂତାଣୁ ୫ ମିନିଟରୁ ଅଧିକ ସମୟ ଯାଏଁ ବଞ୍ଚି ପାରିବ ନାହିଁ ।
ମୁମ୍ବାଇର ଏକ ଷ୍ଟାର୍ଟଅପ୍ ଥର୍ମାନ୍ସ କଂପାନୀ ଏହି ମାସ୍କ ତିଆରି କରିଛି। ଏହି ମାସ୍କ କରୋନା ଜୀବାଣୁକୁ ପାଟି ଏବଂ ନାକ ଦେଇ ଶରୀରକୁ ପ୍ରବେଶ କରିବାରେ ରୋକିବାକୁ କେବଳ ସମର୍ଥ ହୁଏନାହିଁ ବରଂ ମାସ୍କର ବାହ୍ ସ୍ତରରେ ଲାଗିଥିବା ଜୀବାଣୁକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବିଲୋପ କରିଥାଏ । ଏହି ମାସ୍କକୁ ଆନ୍ତର୍ଜାତୀୟ ସଂଗଠନ ଫର୍ ଷ୍ଟାଣ୍ଡାର୍ଡାଇଜେସନ୍ ସାର୍ଟିଫାଏଡ୍ ଆମେରିକୀୟ ଲାବୋରେଟୋରୀ ଏବଂ ଭାରତରେ ଟେଷ୍ଟ୍ କାଲିବ୍ରେସନ୍ ଲାବୋରେଟୋରୀ ପାଇଁ ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ସ୍ୱୀକୃତି ଦେଇଥିବା ଷ୍ଟାର୍ଟଅପ୍ କମ୍ପାନୀ ଦାବି କରିଛି । ଯେଉଁ କପଡାରେ ମାସ୍କ ତିଆରି କରାଯାଇଛି, ସେଥିରେ ନାନୋଟେକ୍ନୋଲୋଜି ବ୍ୟବହାର କରାଯାଇଛି |
ସଂକ୍ରମିତଠାରୁ ବାହାରୁଥିବ ଭୂତାଣୁ ମାସ୍କରେ ଅଟକି ଯାଏ ଓ ମାସ୍କକୁ ଧରିବା ବା କାଢ଼ିବା ବେଳେ ତାହା ହାତ ଜରିଆରେ ଶରୀରରେ ପ୍ରବେଶ କରିଥାଏ । ମାତ୍ର ଏହି ନୂତନ ପ୍ରସ୍ତୁତ ମାସ୍କ ସଂସ୍ପର୍ଶରେ ଆସୁଥିବା ଭୂତାଣୁ ମରି ଯାଇଥାଆନ୍ତି । ୫ ମିନିଟ୍ ମଧ୍ୟରେ ୯୩% ଓ ୧ ଘଣ୍ଟା ମଧ୍ୟରେ ୯୯.୯୯ % ଭୂତାଣୁ ମରିଯାଆନ୍ତି । ତେଣୁ ଆଉ ସଂକ୍ରମଣର ଭୟ ନ ଥାଏ । ଏହାର ମୂଲ୍ୟ ୩୦୦ରୁ ୫୦୦ ଟଙ୍କା ମଧ୍ୟରେ ରହିଛି ଏବଂ ଏହା ୬୦ରୁ ୧୫୦ ଥର ପର୍ଯ୍ୟନ୍ତ ବ୍ୟବହାରକ୍ଷମ ବୋଲି କମ୍ପାନୀ ଦାବି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର