Masthead

ଅଘୋଷିତ ବିଦ୍ୟୁତ କାଟ ଓ ଟାଟାପାୱାରର ମନମାନିକୁ ନେଇ ତେଜୁଛି ଆନ୍ଦୋଳନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଟାଟା ପାୱାର ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟର ମନମୁଖୀ ଶାସନକୁ ନେଇ ନାଉଗାଁ ବିଦ୍ୟୁତ୍ ଉପୋଭୋକ୍ତା ସଙ୍ଘ ମିଳିତ ମଞ୍ଚ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିଶେଷ କରି ଯେଉଁ ପରି ଭାବରେ ନାଉଗାଁ ଟାଟା ପାୱାର ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟ ପ୍ରତେକ ଦିନ ଅଘୋଷିତ ଭାବରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରିବା ଏବଂ ଜନସାଧାରଣଙ୍କୁ ସଠିକ୍ ଭାବରେ କାର୍ଯ୍ୟ ଯୋଗାଇନଦେବା ଏବଂ ସବୁଠାରୁ ବଡ଼ କଥା ହେଲା ଜନସାଧାରଣ ପାଇଁ ପୂର୍ବରୁ ଥିବା ଟେଲିଫୋନ୍ ନମ୍ବର ଟିକୁ କାଟିଦେବା ଏବଂ ଅପରପଟେ ଅଘୋଷିତ ବିଦ୍ୟୁତ କାଟ କରିବା ପରେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୋବାଇଲ୍ ବନ୍ଦ ରହିବା ଯାହା ଦ୍ୱାରା ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଦାବି ଗୁଡିକର ଯଦି ତୁରନ୍ତ ସମାଧାନ ନ କରାଯାଏ ତେବେ ଆଗାମୀ ୭ ଦିନ ମଧ୍ୟରେ ନାଉଗାଁ ବିଦ୍ୟୁତ୍ ଉପୋଭୋକ୍ତା ସଙ୍ଘ ମିଳିତ ମଞ୍ଚ ପକ୍ଷରୁ ରାଜ ରାସ୍ତାରେ ଆନ୍ଦୋଳନ କରାଯିବା ସହିତ ନାଉଗାଁ ଟାଟା ପାୱାର ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା