Masthead

ଜୁଲାଇ ୨୭ରୁ ‘ଆଉଟ୍‌ରିଚ୍‌’ ଆଙ୍କରିଂ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଚଳିତ ମାସ ୨୭ ତାରିଖଠାରୁ ‘ଆଉଟ୍‌ରିଚ୍‌’ର ଆଙ୍କରିଂ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବାକୁ ଯାଉଛି। ଗଣମାଧ୍ୟମରେ ସୁନାମ ଅର୍ଜନ କରିଥିବା ବହୁ ଲୋକପ୍ରିୟ ରେଡିଓ ଓ ଟେଲିଭିଜନ ବ୍ୟକ୍ତିତ୍ବ ଏଥିରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଆଙ୍କରଂ ପ୍ରଶିକ୍ଷଣ ଦେବେ। ଟେଲିଭିଜନ୍ ଓ ରେଡିଓରେ ଆଙ୍କରିଂ ପାଇଁ ବହୁ ଯୁବକ ଯୁବତୀଙ୍କର ସ୍ବପ୍ନ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଉଟ୍‌ରିତ୍‌ ବର୍ଷକୁ ଦୁଇଥର ଆଙ୍କରଂ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥାଏ।

ସାତଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହେବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ରେଡ଼ିଓ ଆଙ୍କରିଂ, ଲାଇଭ ରିପୋଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙ୍କରିଂ ଆଦି ବିଷୟରେ ତାଲିମ୍ ଦିଆଯିବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଷ୍ଟୁଡିଓରେ ପ୍ରାକ୍ଟିକାଲ ଓ ଗ୍ରାଉଣ୍ଡରୁ ରିପୋଟିଂ କରିବାର ସୁଯୋଗ ମିଳିବ। ଏହା ସହ ବିଭିନ୍ନ ରେଡ଼ିଓ ଓ ଟିଭି ଚ୍ୟାନେଲ ପରିଦର୍ଶନରେ ଯାଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।

ଟ୍ରେନିଂ ଶେଷରେ ‘ଆଉଟ୍‌ରିଚ୍‌’ ପକ୍ଷରୁ ପ୍ରମାଣପତ୍ର ମଧ୍ୟ ଦିଆଯିବ। ଏଥିରେ ସାମିଲ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍‌ରେ ଯୁକ୍ତଦୁଇ ହୋଇଥିବା ଆବଶ୍ୟକ | ଏଥିରେ ଭାଗନେବାକୁ ଚାହୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ରଖାଯାଇ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆଉଟ୍‌ରିଟ୍‌ ଏଭଳି ୧୨ଟି ପ୍ରଶିକ୍ଷଣ ସଫଳତାର ସହ ଆୟୋଜନ କରି ସାରିଛି। ପ୍ରଶିକ୍ଷଣରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଆଉଟ୍‌ରିଟ୍‌ର ମୁଖ୍ୟ ସୁବ୍ରତ କୁମାର ପତି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼