Masthead

ଜୁଲାଇ ୨୭ରୁ ‘ଆଉଟ୍‌ରିଚ୍‌’ ଆଙ୍କରିଂ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଚଳିତ ମାସ ୨୭ ତାରିଖଠାରୁ ‘ଆଉଟ୍‌ରିଚ୍‌’ର ଆଙ୍କରିଂ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବାକୁ ଯାଉଛି। ଗଣମାଧ୍ୟମରେ ସୁନାମ ଅର୍ଜନ କରିଥିବା ବହୁ ଲୋକପ୍ରିୟ ରେଡିଓ ଓ ଟେଲିଭିଜନ ବ୍ୟକ୍ତିତ୍ବ ଏଥିରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଆଙ୍କରଂ ପ୍ରଶିକ୍ଷଣ ଦେବେ। ଟେଲିଭିଜନ୍ ଓ ରେଡିଓରେ ଆଙ୍କରିଂ ପାଇଁ ବହୁ ଯୁବକ ଯୁବତୀଙ୍କର ସ୍ବପ୍ନ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଉଟ୍‌ରିତ୍‌ ବର୍ଷକୁ ଦୁଇଥର ଆଙ୍କରଂ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥାଏ।

ସାତଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହେବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ରେଡ଼ିଓ ଆଙ୍କରିଂ, ଲାଇଭ ରିପୋଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙ୍କରିଂ ଆଦି ବିଷୟରେ ତାଲିମ୍ ଦିଆଯିବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଷ୍ଟୁଡିଓରେ ପ୍ରାକ୍ଟିକାଲ ଓ ଗ୍ରାଉଣ୍ଡରୁ ରିପୋଟିଂ କରିବାର ସୁଯୋଗ ମିଳିବ। ଏହା ସହ ବିଭିନ୍ନ ରେଡ଼ିଓ ଓ ଟିଭି ଚ୍ୟାନେଲ ପରିଦର୍ଶନରେ ଯାଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।

ଟ୍ରେନିଂ ଶେଷରେ ‘ଆଉଟ୍‌ରିଚ୍‌’ ପକ୍ଷରୁ ପ୍ରମାଣପତ୍ର ମଧ୍ୟ ଦିଆଯିବ। ଏଥିରେ ସାମିଲ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍‌ରେ ଯୁକ୍ତଦୁଇ ହୋଇଥିବା ଆବଶ୍ୟକ | ଏଥିରେ ଭାଗନେବାକୁ ଚାହୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ରଖାଯାଇ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆଉଟ୍‌ରିଟ୍‌ ଏଭଳି ୧୨ଟି ପ୍ରଶିକ୍ଷଣ ସଫଳତାର ସହ ଆୟୋଜନ କରି ସାରିଛି। ପ୍ରଶିକ୍ଷଣରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଆଉଟ୍‌ରିଟ୍‌ର ମୁଖ୍ୟ ସୁବ୍ରତ କୁମାର ପତି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି