Masthead

ଲାଲୁଙ୍କ ପରିବାର ପାଖରେ ୬୦୦ କୋଟିର କଳାଧନ: ଇଡି

ପାଟନା (ବଡ଼ ଖବର ବ୍ୟୁରୋ): ଲାଲୁଙ୍କ ପରିବାର ପାଖରେ ୬୦୦ କୋଟିର କଳାଧନ । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଓ ସମ୍ପର୍କୀୟଙ୍କ ନିକଟରେ ୬୦୦ କୋଟି ଟଙ୍କାର କଳାଧନ ରହିଥିବା ଇଡି ପକ୍ଷରୁ ଦାବି କରାଯାଇଛି । ଶନିବାର ଇଡି ଲାଲୁ ପ୍ରସାଦଙ୍କ ପରିବାର ସଦସ୍ୟଙ୍କ ସହ ସମ୍ପର୍କୀୟଙ୍କ ବାସଭବନ ଓ କାର୍ୟ୍ୟାଳୟ ଉପରେ ଚଢ଼ଉ କରିଥିଲା । ମୋଟ୍‌ ୨୪ଟି ସ୍ଥାନରେ ଇଡି ତରଫରୁ ଚଢ଼ଉ କରାଯାଇଥିଲା । ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ଓ ୩ ଝିଅଙ୍କ ବାସଭବନ ମଧ୍ୟ ଚଢାଉ କରିଥିଲା । ଚଢାଉ ସମୟରେ ୧ କୋଟି ଟଙ୍କା ଜବତ କରାଯାଇଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୪ରୁ ୨୦୦୯ ପର୍ୟ୍ୟନ୍ତ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ରେଳ ବିଭାଗରେ ଚାକିରି ପ୍ରଦାନ ପାଇଁ ବହୁ ଲୋକଙ୍କ ଠାରୁ ଖୁବକମ୍‌ ଟଙ୍କାରେ ଜମି ହାତେଇ ନେଇଥିଲେ। ଏସବୁ ଜମିର ବର୍ତ୍ତମାନ ମୂଲ୍ୟ ଶହଶହ କୋଟିରେ ପହଞ୍ଚିଛି। ଏସବୁ ଜମିରେ ଲାଲୁ ଯାଦବଙ୍କ ପରିବାର ଓ ସମ୍ପର୍କୀୟ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ିଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ମଧ୍ୟ ଇଡି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏବଂ ନଗତ ୧ କୋଟି ଟଙ୍କା, ୧ହଜାର ୯୦୦ ଡଲାର, ୫୪୦ ଗ୍ରାମ୍‌ ସୁନା ଖଣ୍ଡ, ୧.୫ କିଲୋର ସୁନା ଅଳଙ୍କାର ସହ ଅନେକ କାଗଜପତ୍ର ଜବତ କରିଥିଲା ଇଡି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା