Masthead

ବିନା ଡ୍ରାଇଭିଂ ଟ୍ରେନିଂରେ ପ୍ରମାଣ ପତ୍ର ଅଭିଯୋଗ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ବିନା ଡ୍ରାଇଭିଂ ଟ୍ରେନିଂରେ ଦିଆଯାଉଛି ପ୍ରମାଣ ପତ୍ର । ଏନେଇ ତଦନ୍ତ କରିବାକୁ ଅଖିଳ ଭାରତ ଭ୍ରଷ୍ଟାଚର ବିରୋଧି ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଅଖିଳ ଭାରତ ଭ୍ରଷ୍ଟାଚର ବିରୋଧୀ ସଙ୍ଗଠନର ଆବାହକ ତଥା ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ । କେନ୍ଦ୍ର ସରକାରଙ୍କ ଭୂପୃଷ୍ଟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରାଜ୍ୟରେ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସ୍ଥାପନା କରାଯାଇଛି । କେନ୍ଦ୍ରୀୟ ମଟରଯାନ ଆଇନରେ ମଧ୍ୟ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସ୍ଥାପନା ପାଇଁ ବିଭିନ୍ନ ପ୍ରକାର ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବା କଥା ଉଲ୍ଲେଖ କରାଯାଇଛି । ମାତ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଗୁଡିକ ବିନା ଡ୍ରାଇଭିଂ ଟ୍ରେନିଂରେ ପ୍ରମାଣ ପତ୍ର ପ୍ରଦାନ କରୁଛନ୍ତି ।

ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଧିଷ୍ଟ ନିଦେ୍ର୍ଦଶନାମା ଦିଆଯାଇଥିଲେ ମଧ୍ୟ ତାକୁ ଆଞ୍ଚଳିକ ପରିବହନ ଅଧିକାରୀମାନେ ବ୍ୟତିକ୍ରମ କରି ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରୁଛନ୍ତି । ଥରେ ଡ୍ରାଇଭିଂ ଲାଇସେନସ୍ ପ୍ରଦାନ ପାଇଁ ସଂସ୍ଥା ରେଜେଷ୍ଟ୍ରିଭୁକ୍ତ ହେଲା ପରେ ତାର ଭତ୍ତଭୂମି ଓ କାର୍ଯ୍ୟାଳୟ ସଂପର୍କରେ କୌଣସି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଯାଞ୍ଚ କରାଯାଉ ନାହିାଁ ଏହି ଜାଲ ପ୍ରମାଣ ପତ୍ର ପ୍ରଦାନ କରିବାରେ ରାଜ୍ୟରେ ଏକ ରାକେଟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହିତ ମିଶି ବିନା ଟ୍ରେନିଂରେ ଲାଇସେନସ୍ ପ୍ରଦାନ କରୁଛନ୍ତି । ତୁରନ୍ତ ବିଭିନ୍ନ ଯାନ ପ୍ରଶିକ୍ଷଣ କେନ୍ଦ୍ରରେ ଭିତ୍ତିଭୂମିକୁ ଯାଞ୍ଚ କରି ତୁରନ୍ତ ସେମାନଙ୍କୁ କଳା ତାଲିକା ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ ଯେଉଁ ଆଞ୍ଚଳିକ ପରିବହନ ଅଧିକାରୀମାନେ ବିନା ଯାଞ୍ଚରେ ପ୍ରମାଣ ପତ୍ରକୁ ଗ୍ରହଣ କରି, ଲାଇସେନ୍ସ ପ୍ରଦାନ କରିଛନ୍ତି ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ