Masthead

ଜଙ୍ଗଲରେ ବର୍ଷା ପାଣି ପିଉଛନ୍ତି ଯବାନ

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ମାଓ ବିରୋଧୀ ଅପରେସନରେ ସାମିଲ ସୁରକ୍ଷାକର୍ମୀଙ୍କ ସଂଘର୍ଷର ଚିତ୍ର। ଝିପି ଝିପି ବର୍ଷାରେ ପଲିଥିନ୍ ଘେରେଇ ସଂଗ୍ରହ କରୁଛନ୍ତି ପିଇବା ପାଣି। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଛତିଶଗଡ ଜଙ୍ଗଲ ଓ ମାଓବାଦୀ ଉପଦ୍ରବ ଅଞ୍ଚଳରୁ ଆସିଲା କିଛି ଆଶ୍ଚର୍ଯ୍ୟ କରୁଥିବା ଚିତ୍ର। ମାଓବାଦୀ ଦମନ ପାଇଁ ଯବାନମାନେ କେମିତି ନଇ ନାଳ ଦେଇ ଅପରେଶନ ସାରି କ୍ୟାମ୍ପକୁ ଫେରୁଛନ୍ତି ଓ ଜଙ୍ଗଲରେ କିପରି ଜୀବନ ଅତିବାହିତ କରୁଛନ୍ତି ତାହା ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ।

ତଲାସିରେ ନିହତ ହୋଇଥିବା ମହିଳା ମାଓବାଦୀଙ୍କ ମୃତଦେହ କାନ୍ଧେଇ ନଇ ନାଳ ଅତିକ୍ରମ କରୁଛନ୍ତି ଯବାନ। ଏହା ସହ ଅପରେଶନ ସମୟରେ ଯେତେବେଳେ ପିଇବା ପାଇଁ ପାଣି ନ ଥାଏ, ସେତିକି ବେଳେ ପଲିଥିନରେ ବର୍ଷା ପାଣି ସଂଗ୍ରହ କରି ଯବାନମାନେ ସେଇ ପାଣି ବୋତଲରେ ଭର୍ତ୍ତିକରି ପିଉଛନ୍ତି। ମଙ୍ଗଳବାର ଛତିଶଗଡ କାଂକେର ଜିଲା ଛେଟେବେଟିଆ ଥାନା ବିନାଗୁଣ୍ଡା ଜଙ୍ଗଲରେ ଡିଆର୍‌ଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଘଟଣାସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଓ ଗୁଳି ବନ୍ଧୁକ ଜବତ ହୋଇଥିଲା। ସେହି ସମୟରେ ଏହିପରି କିଛି ଚିତ୍ର ସାମନାକୁ ଆସିଛି। ପ୍ରତିକୂଳ ପରିସ୍ଥିତିରେ ଦେଶ ମାତୃକାର ସେବା ବେଳେ ଯବାନ ମାନେ କିଭଳି ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇ ନିଜର ଆବଶ୍ୟକତାକୁ ପୂରଣ କରିପାରନ୍ତି, ତାର ଜ୍ବଳନ୍ତ ଦୃଷ୍ଟାନ୍ତ ଚିତ୍ର ହିଁ ବୟାନ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି