Masthead

ପାରଳାଖେମୁଣ୍ଡି ରଥଯାତ୍ରାରେ ଟ୍ରାଫିକ ସମସ୍ୟା

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଧୁମଧାମରେ ପାଳନ ହେଉଛି ରଥଯାତ୍ରା । ଏହା ଜିଲ୍ଲାର ମୁଖ୍ୟାଳୟ ହୋଇଥିବା ବେଳେ ରଥଯାତ୍ରାର ମଜା ନେବା ପାଇଁ ସୁଦୁରରୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ । କିନ୍ତୁ ପ୍ରଶାସନ ଏବଂ ପୋଲିସର ଦୁରଦୃଷ୍ଟି ଅଭାବରୁ ପ୍ରବଳ ମାତ୍ରାରେ ଟ୍ରାଫିକ ସମସ୍ୟାର ସମୁଖିନ ହେଉଛନ୍ତି ଦୂର ଦୂରାନ୍ତରୁ ଆସିଥିବା ଭକ୍ତଙ୍କ ସହ ପାରଳାଖେମୁଣ୍ଡି ବାସିନ୍ଦା । କାରଣ ପାରଳାଖେମୁଣ୍ଡି ସହରରେ ବାଇପାସ ରାସ୍ତା ନାହିଁ ଯାହା ଦ୍ୱାରା ଫାୟାର ଷ୍ଟେସନ- ମେଡିକାଲ ରାସ୍ତା ଦେଇ ସମସ୍ତ ଯାନବାହାନ ଚଳାଚଳ କରୁଛି । ପୋଲିସ ଷ୍ଟେସନ- କଲେଜ ଚକ ଠାରୁ ବସଷ୍ଟାଣ୍ଡ ରାସ୍ତାକୁ ଯାତ୍ରା ନିମନ୍ତେ ବନ୍ଦ ରଖାଯାଇଛି । ତାହା ସହ ଗୁଣ୍ଡିଚା ମନ୍ଦିରକୁ ଯିବା ସମସ୍ତ ରାସ୍ତା କୁ ମଧ୍ୟ ବନ୍ଦ କରିଦିଆଯାଇଛି । ଗୋଟିଏ ରାସ୍ତା ଉପରେ ନିର୍ଭର କରୁଛି ସମସ୍ତଙ୍କ ଯାତାୟାତ । ଯାହାଫଳରେ ସାଧାରଣ ଜନତା ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ