ନାହିଁ ନାହିଁରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ଶିକ୍ଷା, କ୍ଲବ ଘରେ ଚାଲିଛି ପାଠପଢା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): ସରକାର କୁନି କୁନି ପିଲାମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି ସତ। ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଳକର ଦମାହୁଦା ପଞ୍ଚାୟତର ଘୋଳକୁଣ୍ଡ ଗାଁର ମାନଚୁଡିଆ ସାହିରେ । ଏ ହେଉଛି କେନ୍ଦୁଝର ଜିଲ୍ଲାର ଦୃଶ୍ୟ । ସ୍ଥାୟୀ ପକ୍କା ଘର ଖଣ୍ଡେ ନଥିବାରୁ କ୍ଲବ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ଛୋଟ ଛୋଟ ପିଲାମାନେ ଏହି କ୍ଲବ ଘରେ ପାଠ ପଢୁଥିବା ଦେଖିବାକୁ ମିଳିଛି।

ଅଙ୍ଗନୱାଡି କେନ୍ଦ୍ର ପାଇଁ ବାରମ୍ବାର ପ୍ରଶାସନକୁ ଅଙ୍ଗନୱାଡି କର୍ମୀ ଦାବି କରି ଆସୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ। ସେପଟେ ଏନେଇ ସାହାରପଡା ସିଡିପିଓ ଦିପ୍ତିମୟୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଏ ବାବଦରେ ମୁଁ ସାହାରପଡା ବିଡ଼ିଓଙ୍କୁ ଜଣାଇଛି। ହେଲେ ଏହାର କୌଣସି ପ୍ରତିକାର କରାଯାଇନି ବୋଲି କହିଛନ୍ତି। ଫଳରେ ବହୁ ଅସୁବିଧାରେ କୁନି କୁନି ପିଲା ପାଠ ପଢୁଥିବା ବେଳେ ଅସନ୍ତୋଷ ବଢୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’