Masthead

କାଲିଠୁ ବିଧାନସଭା ବଜେଟ୍‌ ଅଧିବେଶନ, ସୁରକ୍ଷାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲିଠୁ ବିଧାନସଭା ବଜେଟ୍‌ ଅଧିବେଶନ । ସପ୍ତଦଶ ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ଡିଜିପି । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ । ଏହା ଛଡ଼ା ୫ ଜଣ ଏଡିସିପି, ୧୧ ଏସିପି, ୧୩ ଇନ୍ସପେକ୍ଟର, ୭୦ ଜଣ ଏସଆଇ ଓ ଏଏସଆଇ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ । ସିସିକ୍ୟାମେରା ସହ ୫ଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ର ବ୍ୟବସ୍ଥା କରାଯାଇଛି । ଡିସିପି ପ୍ରତୀକ ସିଂହଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ । ସୁରକ୍ଷା ବ୍ୟବସ୍ଥାରେ ୨ ସେକ୍ସନ କ୍ୟୁଆରଟି ଟିମ୍, ୨ ୟୁନିଟ୍ ଏସ୍ଟିୟୁ, ଡଗ୍ ସ୍କ୍ୱାଡ୍ ଓ ବମ୍ ସ୍କ୍ୱାଡ୍ ମଧ୍ୟ ସାମିଲ ହେବେ । ସେପଟେ ଡିଜିପି ଅରୁଣ ଷଡ଼ଙ୍ଗୀ ଦିଲ୍ଳୀରେ ଚାଲିଥିବା ମାଓ ମିଟିଂରେ ଯୋଗଦେବାକୁ ଯାଇଛନ୍ତି । ରବିବାର ଫେରିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ।

ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେବ ନିଜର ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେଉଥିବ ବିଭିନ୍ନ ସଙ୍ଗଠନର ଆଶା ଉଜ୍ଜୀବିତ ହୋଇଛି । ନୂଆ ସରକାର ସେମାନଙ୍କ ଦାବି ଶୁଣି ସମାଧାନ କରିବେ ବୋଲି ଅଶା ରଖିଛନ୍ତି । ପୂର୍ବ ସରକାରରେ ଅଫିସର ରାଜ୍ ଚାଲୁଥିଲା । ନେତାମାନେ କୌଣସି କଥା ଶୁଣୁ ନଥିଲେ । ଏବେ ନେତାମାନେ ଲୋକଙ୍କ ସହ ମିଶୁଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ସେଥିପାଇଁ ପ୍ରଥମ ପର୍ୟ୍ୟାୟରେ ୧୯ଟି ସଙ୍ଗଠନ ଆନ୍ଦୋଳନ କରିବେ ବୋଲି ପୁଲିସ୍ ଠାରୁ ଅନୁମତି ମାଗିଛନ୍ତି । ସେପଟେ ଟ୍ରାଫିକ କଟକଣା ନେଇ ଏକ ବିଜ୍ଞାପ୍ତି ଜାରି କରାଯାଇଛି । ପ୍ରଥମ ପର୍ୟ୍ୟାୟ ୨୨ ତାରିଖ ଠାରୁ ୩୧ ପର୍ୟ୍ୟନ୍ତ ଏବଂ ଦ୍ୱିତୀୟ ପର୍ୟ୍ୟାୟ ଅଗଷ୍ଟ ୨୦ରୁ ସେପ୍ଟେମ୍ୱର ୧୩ ତାରିଖ ପର୍ୟ୍ୟନ୍ତ ହେବ । ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାରେ କଟକଣା ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ