Masthead

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଯନ୍ତ୍ରୀ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଲାଞ୍ଚ ନେବା ହେଲା କାଳ । ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଯନ୍ତ୍ରୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ୍ ପାଢୀ । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ଧରା ପଡିଛନ୍ତି ଯନ୍ତ୍ରୀ ସୁଜିତ୍ ପାଢୀ । ପାଟଣାଗଡ଼ ଅଫିସ ସହ ତିନୋଟି ଜାଗାରେ ଏକକାଳୀନ ଚଢାଉ ଜାରି ରହିଛି ।

ଅଭିଯୋଗ ଅନୁସାରେ ଠିକାଦାର ଜୟନ୍ତ ମେହେର ସରକାରୀ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିଥିଲେ । ଏହି କାର୍ଯ୍ୟ ଦାୟିତ୍ଵରେ ସହକାରୀ ଯନ୍ତ୍ରୀ ସୁଜିତ୍ ପାଢୀ ଦାୟିତ୍ଵରେ ରହିଥିଲେ । ତେବେ ଠିକାଦାରଙ୍କ ଫାଇନାଲ ବିଲ କରାଇବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ପ୍ରଥମ କିସ୍ତିରେ ଠିକାଦାର ୫୦ ହଜାର ଟଙ୍କା ଯନ୍ତ୍ରୀଙ୍କୁ ଦେଇଥିଲେ । ହେଲେ ଏହାପରେ ବି ବିଲ କରିନଥିଲେ ସୁଜିତ୍ । ଏବଂ ବାକି ୫୦ ହଜାର ଟଙ୍କା ଦେବା ପରେ ବିଲ କରିବା ପାଇଁ କହିଥିଲେ ।

ତେଣୁ ଶେଷରେ ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଠିକାଦାର । ଆଜି ଯୋଜନା ମୁତାବକ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ୫୦ ହଜାର ଟଙ୍କା ଜବତ କରିବା ସହିତ ପାଟଣାଗଡ଼ କାର୍ଯ୍ୟାଳୟ ସହ ତିନୋଟି ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି