Masthead

ବିଧାନସଭା ଓ ସଂସଦର ରୁଲ, ପ୍ରୋସିଜିୟରକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ବିଧାନସଭା ଓ ସଂସଦର ରୁଲ ଏବଂ ପ୍ରୋସିଜିୟରକୁ ନେଇ ମୁହାଁମୁହିଁ ହେଲେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ସଂସଦୀୟ ମନ୍ତ୍ରୀ ମୁକେଶ ମହଲିଙ୍ଗ । ଗୋଟେ ଅସଙ୍ଗତି ହୋଇଛି । ତାକୁ ଦୂର କରିବାର ଆବଶ୍ୟକତା ରହିଛି । ବିଧାନସଭା ଆଲୋଚନା ପ୍ରୋସିିଡିଂ ଭିତରେ ରୁହେ । ଯଦି ଏଭଳି ଅସଙ୍ଗତି ପ୍ରୋସିିଡିଂ ଭିତରେ ରହିବ ତେବେ ଆଗାମୀ ଭବିଷ୍ୟ ପିଢ଼ି ପାଇଁ ଭୁଲ ଉଦାହରଣ ହୋଇ ରହିବ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହସ୍ତକ୍ଷେପ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ୨୩ ତାରିଖ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତାଙ୍କ ଉପରେ କିଛି ମନ୍ତବ୍ୟ ରଖାଯାଇଛି । ଯାହା ପ୍ରୋସିିଡିଂ ରେ ରହିଛି । ଜୁଲାଇ ୨୩ ତାରିଖ ଦିନ ବିରୋଧୀ ଦଳ ନେତାଙ୍କୁ ‘ଗିରଫ କରାଯାଉ’ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ।

ଏହି ବକ୍ତବ୍ୟକୁ ପ୍ରୋସିିଡିଂ ରୁ ବାଦ ଦିଆଯାଉ ବୋଲି ଦାବି କରିଛନ୍ତି ଅରୁଣ ସାହୁ । ଏହାସହ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରିଛନ୍ତି ଅରୁଣ । ନଚେତ ଯଦି ସାହସ ଅଛି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରନ୍ତୁ ବୋଲି କହିଛନ୍ତି ଅରୁଣ । ଉତ୍ତରରେ କାଉଣ୍ଟର କରି ସଂସଦୀୟ ମନ୍ତ୍ରୀ କହିଛନ୍ତି, ମୁଁ କୌଣସି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହିଁ । ବିରୋଧୀ ଦଳ ନେତାଙ୍କ ସମ୍ମାନ ହାନି ହେଲା ଭଳି କିଛି କଥା କହିନାହିଁ । ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଗୃହ ଏହାକୁ ବିଚାର କରୁ ବୋଲି କହିଥିଲି । ବିଜେଡ଼ି ସରକାର ଥିବା ବେଳେ ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ପାଗଳ ଏବଂ ରାଞ୍ଚି ପଠାଇବା କଥା କହିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କୁ ଲିଖିତ ଭାବେ କହିଛନ୍ତି, ବିଧାନସଭାର ନିୟମାବଳୀରେ ରାଜ୍ୟପାଳ ଅଭିଭାଷଣ ଦେବା ବେଳେ ପଏଣ୍ଟ ଅଫ ଅର୍ଡର ମାଗିବାର ବ୍ୟବସ୍ଥା ନାହିଁ । ରାଜ୍ୟପାଳ କହିବା ବେଳେ ପଏଣ୍ଟ ଅଫ ଅର୍ଡର ଦିଆଯାଏ କି ବୋଲି ପ୍ରଶ୍ନ କଲେ ମୁକେଶ ମହାଲିଙ୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ