ଶାସନ କ୍ଷମତା ଯିବା ପରେ ଅସହିଷ୍ଣୁ ହୋଇଯାଇଛି ବିଜେଡି: ଇରାଶିଷ ଆଚାର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶାସନ କ୍ଷମତା ଯିବା ପରେ ବିଜେଡ଼ି ଅସହିଷ୍ଣୁ ହୋଇଯାଇଛି ବୋଲି କହିଲେ ବିଜେପି ବଧାୟକ ଇରାଶିଷ ଆଚାର୍ଯ୍ୟ । ସେମାନେ ଜାଣି ପାରୁନାହାନ୍ତି, କ’ଣ କରୁଛନ୍ତି । ବିଧାନସଭା ନିୟମାବଳୀରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ଯେତେବେଳେ ଅଭିଭାଷଣ ଦେଉଥିବେ, ସେ ସମୟରେ କୌଣସି ନେତା କହିବାର ଅଧିକାର ନାହିଁ । ଏହାସହ ସ୍ପଷ୍ଟ ଉଲ୍ଲେଖ ଅଛି, ଯଦି କୌଣସି ନେତା ସେ ସମୟରେ କହିବେ, କିମ୍ବା ଗୃହରେ ବିଶୃଙ୍ଖଳା କରିବେ, ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ବିଜେଡି ଲେଖିକି ଦେଇଛନ୍ତି, ଯେ ବିରୋଧୀ ଦଳ ନେତାଙ୍କ ମାଇକ ବନ୍ଦ କରିଦିଆଗଲା । ଏଥିରୁ ସେମାନେ ସ୍ବୀକାର କରୁଛନ୍ତି, ଯେ ବିରୋଧୀ ଦଳ ନେତା ବିଶୃଙ୍ଖଳା କରୁଥିଲେ । ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଆତ୍ମ ଚିନ୍ତନ କରିବାର ସମୟ ଆସିଛି, ସେମାନେ ଭାବନ୍ତୁ, ସେମାନେ ଯାହା କରିଛନ୍ତି ଠିକ୍ କରିଛନ୍ତି କି ? ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ପଏଣ୍ଟ ଅଫ ଅର୍ଡର ଆଣିବାର ନିୟମ ଅଛି କି ? ପୂର୍ବ ସରକାର ସମୟରେ ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ହଇରାଣ କରାଯାଇଥିଲା । ବିଧାନସଭା ଭିତରେ ଜୟ ନାରାୟଣ ମିଶ୍ରଙ୍କୁ ଅଣସାମ୍ବିଧାନିକ ଶବ୍ଦ କୁହାଯାଇଥିଲା, ତାଙ୍କୁ ପାଗଳ ବୋଲି କୁହାଯାଇଥିଲା । ସେ କଥା ଆଦୌ ଠିକ୍ ନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ