Masthead

ନିର୍ମାଣ  କାର୍ଯ୍ୟରେ ମହାଦୁର୍ନୀତି

ବାଙ୍କୀ (ବଡ଼ ଖବର ): ନିର୍ମାଣ  କାର୍ଯ୍ୟରେ ମହାଦୁର୍ନୀତି । ଉଦଘାଟନର ୮ଦିନ ପରେ ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଦର୍ଶକ ଗ୍ୟାଲେରୀ । ଏବେ ଆଦିବାସୀ ହରିଜନ ଛାତ୍ରବାସର ସ୍ଥାୟୀତ୍ୱ ନେଇ ସନ୍ଦେହ ଉପୁଜିଲାଣି । ମାଟିରେ ମିଶିଲା ଦର୍ଶକ ଗ୍ୟାଲେରୀ । ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଖେଳପଡିଆରେ ଦର୍ଶକମାନଙ୍କ ପାଇଁ ନୂତନ ଗ୍ୟାଲେରୀ ନିର୍ମାଣ କରାଯାଇଥିଲା । କାର୍ୟ୍ୟ ସମ୍ପୂର୍ଣ୍ଣ ହେବା ପରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଉଚ୍ଚ ଶିକ୍ଷମନ୍ତ୍ରୀ ରୋହିତ ପୂଜାରୀ ମାର୍ଚ୍ଚ ୨୩ରେ ଉଦଘାଟନ କରିଥିଲେ । ୮ ଦିନ ଯାଇନି । ସାଧାରଣ ବର୍ଷାରେ ଗ୍ୟାଲେରୀ ମାଟିରେ ମିଶିଯାଇଛି ।

ସମ୍ବଲପୁରର ଜଣେ କଣ୍ଟ୍ରାକ୍ଟର ଏହି କାମ ନେଇଥିଲେ । ଏକ ସାଙ୍ଗରେ ଗ୍ୟାଲେରୀ ଓ ଆଦିବାସୀ ହରିଜନ ଛାତ୍ରବାସ କାର୍ଯ୍ୟ ହୋଇଥିଲା । ଗ୍ୟାଲେରୀ ମାଟିରେ ମିଶିଯାଇଥିବାରୁ ଛାତ୍ରାବାସର ସ୍ଥାୟୀତ୍ୱ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ନବନିର୍ମିତ ଗ୍ୟାଲେରୀ ପରି ଛାତ୍ରାବାସ କେତେବେଳେ ଭୁଶୁଡି ପଡିବ କହିହେଉ ନାହିଁ । କଲେଜକୁ ଏପର୍ୟ୍ୟନ୍ତ ଗ୍ୟାଲେରୀ ଓ ଛାତ୍ରାବାସ ହସ୍ତାନ୍ତର ହୋଇନାହିଁ । ଗ୍ୟାଲେରୀ ଓ ଛାତ୍ରାବାସକୁ ସମ୍ପୂର୍ଣ୍ଣ ଯାଞ୍ଚ କରି କଲେଜକୁ ହସ୍ତାନ୍ତର କରିବା ଜରୁରୀ ହୋଇପଡିଛି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ