Masthead

ଆଳୁକୁ ନେଇ ସାରା ରାଜ୍ୟ ଏବେ ହଲଚଲ୍

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଆଳୁକୁ ନେଇ ସାରା ରାଜ୍ୟ ଏବେ ହଲଚଲ୍ । ଓଡ଼ିଶାକୁ ଆଜିବି ପଶ୍ଚିମବଙ୍ଗରୁ ଆସିପାରୁନି ଆଳୁ । ସୀମାରେ ଆଳୁ ବୋଝେଇ ଟ୍ରକକୁ ଯୋଗିଛନ୍ତି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶାରେ ଆଳୁ କିଲୋ ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଓଡ଼ିଶା ସୀମା ସେପଟେ ପଶ୍ଚିମବଙ୍ଗରେ କିଲୋ ପିଛା ୨୫ରୁ ୩୦ ଟଙ୍କା । ଉଭୟ ରାଜ୍ୟ ସରକାରଙ୍କ ଭିତରେ ଆଳୁକୁ ନେଇ ହୋଇପାରୁନି ସ୍ଵାଭାବିକ ସ୍ଥିତି ।

ସପ୍ତାହ ଧରି ଚିନ୍ତାରେ ଖାଉଟି । ସେପଟେ ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁର ଜିଲ୍ଲାର ଦାନ୍ତୋନ ଥାନା ଜେନାଦିଘି, ସୋଲପଟା,ମାଟି ବିରୁଆଁ, ତିଳଦାପଡା, ଧାଇପଡା ସମେତ ଅନେକ ଗାଁରେ ୩୦ ଟଙ୍କା ଭିତରେ ଆଳୁ ମିଳୁଛି । ମାତ୍ର ଗୋଟିଏ କିଲୋମିଟର ଡେଇଁଲେ ଅର୍ଥାତ୍ ଗାଁ ଡେଇଁଲେ ଓଡ଼ିଶା ପଟରେ ୫୦ ପାର । ପଶ୍ଚିମବଙ୍ଗରେ ଆଳୁ କୁଇଁଣ୍ଟାଲ ପିଛା ୨ ହଜାର ରହିଥିବା ବେଳେ ଓଡ଼ିଶାରେ କୁଇଣ୍ଟାଲ ପିଛା ୪ ହଜାରରୁ ଅଧିକ ଟଙ୍କାରେ ମିଳୁଛି ଆଳୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି