Masthead

‘ଆଉ ଥରେ ଭିତର ରତ୍ନଭଣ୍ଡାର ଯାଞ୍ଚ ହେବ’

ପୁରୀ (ବଡ଼ ଖବର ବ୍ୟୁରୋ): ଶେଷ ହୋଇଛି ରତ୍ନଭଣ୍ଡାର କମିଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ଯାଞ୍ଚ କମିଟି ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା । କହିଛନ୍ତି ଆଉ ଥରେ ଭିତର ରତ୍ନଭଣ୍ଡାର ଯାଞ୍ଚ ହେବ । ପୁଣି ରତ୍ନଭଣ୍ଡାର ଯାଞ୍ଚ ପାଇଁ ସରକାର ଏସଓପି ଆଣିବେ । ରତ୍ନଭଣ୍ଡାରରେ ଗୁପ୍ତ ସମ୍ପତ୍ତି ଅଛି କି ନାହିଁ ଖୋଜିବୁ ବୋଲି କହିଛନ୍ତି ଜଷ୍ଟିସ ରଥ । ସେ ଆହୁରି ମଧ୍ୟ କହିଛନ୍ତି ଗୁପ୍ତ ସମ୍ପତ୍ତି ଠାବ ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହେବ । ଆଲମିରା ଖାଲି ହେଲେ ଗୁପ୍ତ ସମ୍ପତ୍ତି ଅଛି କି ନାହିଁ ଖୋଜିବୁ । ମନ୍ଦିର ପ୍ରଶାସନ ଖାଲି ସିନ୍ଦୁକ ପାଇଁ ରୁମ୍‌ ବାଛିବେ ।

ଖାଲି ସିନ୍ଦୁକ ଓ ଆଲମିରାକୁ ନିର୍ଦ୍ଧାରିତ ରୁମ୍‌ରେ ରଖାଯିବ । ମରାମତି ସରିଲେ ଅଳଙ୍କାର ଗଣତି ଓ ମଣତି କରାଯିବ । ନେଇ ଏଏସଆଇ ଟେକ୍ନିକାଲ କମିଟି ମେମ୍ବର୍ସ ସରକାରଙ୍କ ସହ ଆଲୋଚନା କରିବା ପରେ କାମକୁ ତ୍ୱରାନ୍ୱିତ କରାଯିବ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ତ ଉପାଦେୟ ତଥ୍ୟା ସମୟ କ୍ରମେ ପ୍ରକାଶ କରାଯିବ । ଏନେଇ କୌଣସି ସନ୍ଦେହଜନକ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ଅପିଲ କରିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ