Masthead

ବିଜେଡି ନେତାଙ୍କୁ କିଣିଲା କିଏ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ନେତାଙ୍କୁ କିଣିଲା କିଏ? ସତରେ କ’ଣ ମମତା ଦଳ ଛାଡ଼ିବା ପଛରେ କିଣାବିକାର ଡିଲ? ବିଜେଡିକୁ କାହିଁକି ଲାଗିଲା ଯେ ମମତାଙ୍କୁ ବିଜେପି କିଣିଛି? ମମତାଙ୍କ ପାଇଁ ସାମ୍ନାକୁ ଆସିଲେ ସୁଲତା । ଯାହା ସ୍କ୍ରିପ୍ଟରେ ଥିଲା ତାହା କହିଲେ । ସୁଲତାଙ୍କୁ କଥାରୁ ଜଣାପଡୁଛି ଯେ ବିଜେଡି ନେତାକୁ ସମସ୍ତେ କିଣିପାରିବେ । ନବୀନଙ୍କ ପାଇଁ ବିଜେଡି ନେତାଙ୍କ ଭିତରେ ଆଗ ଭଳି ଆଉ ସେହି ଅଙ୍ଗୀକାରବଦ୍ଧତା ନାହିଁ । ଅର୍ଥାତ ବିଜେଡିରେ ଆଉ ପକଡ ନାହିଁ ।

ସୁଲତାଙ୍କ କହିବା ଅନୁସାରେ ମମତା ମହାନ୍ତ ଦଳ ଛାଡ଼ିବା ଓ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପଛରେ କୁଆଡେ ବିଜେପିର ହାତ । ଅର୍ଥାତ ବିଜେଡି ନେତାଙ୍କୁ ଯେ କେହି ବି କିଣିପାରିବେ । ଆସିବା ଏବେ ସଂପୂର୍ଣ୍ଣ ଖବରକୁ । ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ସହ ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ସେ ଯାହା ଲେଖିଛନ୍ତି ସେଇଥିରୁ ଜଣାପଡୁଛି ଯେ ବିଜେଡି ଉପରେ ସେ ଖପ୍ପା ଥିଲେ । ସୋସିଆଲ ମିଡିଆରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ମୋ ସେବାର ଆବଶ୍ୟକତା ବିଜେଡି ଅନୁଭବ କରୁନାହିଁ । ଯେହେତୁ ମୁଁ ଲୋକଙ୍କ ନେତା ଓ ସେମାନଙ୍କ ସେବା କରିବାର ମୋର ମୁଖ୍ୟ କାର୍ଯ୍ୟ ସେଇଥି ପାଇଁ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ ।

ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି । ମମତା ମହାନ୍ତ ହେଉଛନ୍ତି କୁଡୁମୀ ସଂପ୍ରଦାୟରୁ ଆସିଥିବା ନେତ୍ରୀ । ବିଜେଡି ତାଙ୍କୁ ୨୦୨୦ ଅପ୍ରିଲ ୨ ତାରିଖରେ ରାଜ୍ୟସଭାକୁ ପଠାଇଥିଲା । ହେଲେ ସବୁ ଠିକ୍ଠାକ୍ ଚାଲିଥିବା ବେଳେ ସୁଲତାଙ୍କ ଇସ୍ତଫାରୁ ଜଣାପଡୁଛି ଯେ ବିଜେଡି ନେତାଙ୍କୁ ଆଉ ପାର୍ଟି ଉପରେ ଭରସା ନାହିଁ । ଯେଉଁ କାରଣ ପାଇଁ ସେ ଦଳ ଛାଡିଲେ । ଚଳିତ ନିର୍ବାଚନରେ ଗୋଟିଏ ମଧ୍ୟ ବିଜେଡିର ସାଂସଦ ପ୍ରାର୍ଥୀ ବିଜୟୀ ହୋଇନାହାନ୍ତି । ଦଳର ରକ୍ଷା ପାଇଁ ୯ ରାଜ୍ୟସଭା ସଂସଦ ଥିବା ବେଳେ ମମତାଙ୍କ ଇସ୍ତଫା ପରେ ଏବେ ସଂଖ୍ୟା ୮ରେ ପହଂଚିଛି । ଯେଉଁ କାରଣ ପାଇଁ ଚିନ୍ତାରେ ବିଜେଡି । ଆଉ ଠିକ୍ ଏତିକି ବେଳେ ପାର୍ଟି ସୁଲତାଙ୍କୁ ସାମ୍ନାକୁ ଆଣିଛି ।

କିଣାବିକା, ଡବଲ ଇଞ୍ଜିନ, ସିବିଆଇ କଥା କହି ବିଜେପି ଉପରେ ଯଦିଓ ଆକ୍ଷେପ କରିଛନ୍ତି, ହେଲେ ଜଣାପଡୁଛି ଯେ ବିଜେଡି ନେତାଙ୍କୁ କେହି ବି କିଣିପାରିବେ । ୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡି ପରାଜିତ ହୋଇଛି । ବିଧାନସଭାରେ ଏବେ ବିରୋଧୀ ଭୂମିକାରେ ରହିଛି । ଦଳ ହାରିବା ପରେ ନେତା ସହଜରେ ତାକୁ ଗ୍ରହଣ କରିପାରୁନାହାନ୍ତି । ନେତା ନିଜର ଭବିଷ୍ୟତ ଦେଖିପାରୁନଥିବାରୁ ଦଳ ଛାଡୁଛନ୍ତି । ହେଲେ ବିଜେଡିକୁ ଲାଗୁଛି ଯେ ବିଜେପି ତାଙ୍କ ନେତାଙ୍କୁ କିଣିନେଉଛି । ଯାହା ହାସ୍ୟସ୍ପଦ ନୁହେଁ ତ ଆଉ କ’ଣ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !