Masthead

ବାବା କା ଢାବା ନାଁ ରେ ୨୦ ଲକ୍ଷର ହେରଫେର ଅଭିଯୋଗ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବାବା କା ଢାବା । ଦିଲ୍ଲୀ ମାଲବ୍ୟ ନଗର ଜଣେ ଵୃଦ୍ଧ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଢ଼ାବା ଚଲାନ୍ତି । କିଛିଦିନ ତଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଦିଲ୍ଲୀର ଏହି ବାବା କା ଢ଼ାବା ଏବେ ପୁଣି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ବାବା କା ଢ଼ାବାକୁ ଷ୍ଟାର କରିଥିବା ଗୌରବ ୱାସନଙ୍କ ନାମରେ ଠକେଇ ଅଭିଯୋଗ ଆଣିଛନ୍ତି ଢ଼ାବା ମାଲିକ କାନ୍ତା ପ୍ରସାଦ । ସେ ଅଭିଯୋଗ କରିଛନ୍ତି କି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆସୁଥିବା ଅନୁଦାନକୁ ହେରଫେର କରାଯାଇଛି । ଢ଼ାବାକୁ ସହାୟତା ନାମରେ ଆସୁଥିବା ଟଙ୍କାକୁ ଗୌରବ ନିଜ ଭାଇ, ସ୍ତ୍ରୀ ଓ ନିଜ ନାମରେ ଏହି ଟଙ୍କାକୁ ଆତ୍ମସାତ କରିଥିବା ମାଲବ୍ୟ ନଗର ଥାନାରେ ଅଭିଯୋଗ କରିଛନ୍ତି କାନ୍ତା ପ୍ରସାଦ ।

ଲକ ଡାଉନ ପରଠାରୁ ଢ଼ାବାର ବେପାର ନେଇ ଗତମାସରେ ୟୁଟିୟୁବରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଗୌରବ । ବାବା କା ଢ଼ାବାକୁ ଆର୍ଥିକ ସହାୟତା ପାଇଁ ଲୋକଙ୍କ ନିବେଦନ କରିଥିଲେ । ସେବେଠାରୁ ଲୋକେ ଢ଼ାବାକୁ ଆସିବା ସହ ଆର୍ଥିକ ସହାୟତା କରିଥିଲେ କିନ୍ତୁ ଏହି ଅର୍ଥରାଶି କାନ୍ତା ପ୍ରସାଦଙ୍କୁ ନମିଳି ସିଧା ସଳଖ ଗୌରବଙ୍କ ଖାତାକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି । ସହାୟତା ବାବଦରେ ୨୦ଲକ୍ଷ ଟଙ୍କା ଗୌରବ ଆତ୍ମସାତ କରିଥିବା କହିଛନ୍ତି ବାବା କା ଢ଼ାବାର ମାଲିକ କାନ୍ତା ପ୍ରସାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ