Masthead

ବାବା କା ଢାବା ନାଁ ରେ ୨୦ ଲକ୍ଷର ହେରଫେର ଅଭିଯୋଗ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବାବା କା ଢାବା । ଦିଲ୍ଲୀ ମାଲବ୍ୟ ନଗର ଜଣେ ଵୃଦ୍ଧ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଢ଼ାବା ଚଲାନ୍ତି । କିଛିଦିନ ତଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଦିଲ୍ଲୀର ଏହି ବାବା କା ଢ଼ାବା ଏବେ ପୁଣି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ବାବା କା ଢ଼ାବାକୁ ଷ୍ଟାର କରିଥିବା ଗୌରବ ୱାସନଙ୍କ ନାମରେ ଠକେଇ ଅଭିଯୋଗ ଆଣିଛନ୍ତି ଢ଼ାବା ମାଲିକ କାନ୍ତା ପ୍ରସାଦ । ସେ ଅଭିଯୋଗ କରିଛନ୍ତି କି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆସୁଥିବା ଅନୁଦାନକୁ ହେରଫେର କରାଯାଇଛି । ଢ଼ାବାକୁ ସହାୟତା ନାମରେ ଆସୁଥିବା ଟଙ୍କାକୁ ଗୌରବ ନିଜ ଭାଇ, ସ୍ତ୍ରୀ ଓ ନିଜ ନାମରେ ଏହି ଟଙ୍କାକୁ ଆତ୍ମସାତ କରିଥିବା ମାଲବ୍ୟ ନଗର ଥାନାରେ ଅଭିଯୋଗ କରିଛନ୍ତି କାନ୍ତା ପ୍ରସାଦ ।

ଲକ ଡାଉନ ପରଠାରୁ ଢ଼ାବାର ବେପାର ନେଇ ଗତମାସରେ ୟୁଟିୟୁବରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଗୌରବ । ବାବା କା ଢ଼ାବାକୁ ଆର୍ଥିକ ସହାୟତା ପାଇଁ ଲୋକଙ୍କ ନିବେଦନ କରିଥିଲେ । ସେବେଠାରୁ ଲୋକେ ଢ଼ାବାକୁ ଆସିବା ସହ ଆର୍ଥିକ ସହାୟତା କରିଥିଲେ କିନ୍ତୁ ଏହି ଅର୍ଥରାଶି କାନ୍ତା ପ୍ରସାଦଙ୍କୁ ନମିଳି ସିଧା ସଳଖ ଗୌରବଙ୍କ ଖାତାକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି । ସହାୟତା ବାବଦରେ ୨୦ଲକ୍ଷ ଟଙ୍କା ଗୌରବ ଆତ୍ମସାତ କରିଥିବା କହିଛନ୍ତି ବାବା କା ଢ଼ାବାର ମାଲିକ କାନ୍ତା ପ୍ରସାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’