Masthead

‘କୋମଳମତି ଶିଶୁଙ୍କୁ ଦିଆ ଯିବନି ନିମ୍ନମାନର ଖାଦ୍ୟ’

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ସ୍କୁଲ ଘେରିଗଲେ ଗ୍ରାମବାସୀ । ସଭିଙ୍କ ମଧ୍ୟରେ ଉତ୍ତେଜନା । କୋମଳମତି ଶିଶୁଙ୍କୁ ଦିଆ ଯିବନି ଅସୁରକ୍ଷିତ ଓ ନିମ୍ନମାନର ଖାଦ୍ୟ । ଏମିତି ଅଭିଯୋଗ ହୋଇଛି ବାସୁଦେବପୁର ପୌରପାଳିକାର ରାଧାକାନ୍ତ ଆଡିଆ ଗ୍ରାମର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ମଧ୍ୟାହ୍ନ ଭୋଜନରେ ଏକ ଜୋକ ବାହାରିବାରୁ ଅଧାରୁ ଖାଦ୍ୟକୁ ଫୋପାଡି ଦେଇଥିଲେ । ବିଦ୍ୟାଳୟରେ ଉପସ୍ଥାନ ହାର ବଢାଇବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଦେଉଛନ୍ତି ।

ବାସୁଦେବପୁର ପୌରପାଳିକାର ମଧ୍ୟହ୍ନ ଭୋଜନ ଖାଦ୍ୟ ପ୍ରଦାନ କରୁଛନ୍ତି ଦାମୋଦର ଜୀଉ ସେବା ସଂସ୍ଥା । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଅଛି । ରାଧାକାନ୍ତପୁର ଆଡିଆ ବୁଢୀ ମନ୍ଦାରୁଣୀ ନିକଟସ୍ଥ ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଣିଛନ୍ତି ଭିନ୍ନ ଅଭିଯୋଗ । ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଥାଳିରୁ ଜୋକ ବାହାରିବାରୁ ମଧ୍ୟାହ୍ନ ଭୋଜନ ଗାଡିକୁ ଅଟକାଇ ରଖିଛନ୍ତି । ମଧ୍ୟାନ୍ନରେ ଛାତ୍ରଛାତ୍ରୀଙ୍କୁ ଏସଏମସି ପକ୍ଷରୁ ବିସ୍କୁଟ ବଣ୍ଟନ କରିଛନ୍ତି ।

ଚତୁର୍ଥ ଶ୍ରେଣୀର ଛାତ୍ରୀ ସ୍ବାଗତିକା ମଳିକ ଥାଳିରୁ ଜୋକ ବାହାରିଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ କହିଛନ୍ତି । ଜୋକଟି କେମିତି ଆସିଲା ଓ କେଊଁଠୁ ଆସିଲା ତାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଥିବା ଏକ ସଂସ୍ଥା ଜୋକ ବାହାରିବାକୁ ଅସ୍ୱୀକାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ