Masthead

‘କୋମଳମତି ଶିଶୁଙ୍କୁ ଦିଆ ଯିବନି ନିମ୍ନମାନର ଖାଦ୍ୟ’

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ସ୍କୁଲ ଘେରିଗଲେ ଗ୍ରାମବାସୀ । ସଭିଙ୍କ ମଧ୍ୟରେ ଉତ୍ତେଜନା । କୋମଳମତି ଶିଶୁଙ୍କୁ ଦିଆ ଯିବନି ଅସୁରକ୍ଷିତ ଓ ନିମ୍ନମାନର ଖାଦ୍ୟ । ଏମିତି ଅଭିଯୋଗ ହୋଇଛି ବାସୁଦେବପୁର ପୌରପାଳିକାର ରାଧାକାନ୍ତ ଆଡିଆ ଗ୍ରାମର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ମଧ୍ୟାହ୍ନ ଭୋଜନରେ ଏକ ଜୋକ ବାହାରିବାରୁ ଅଧାରୁ ଖାଦ୍ୟକୁ ଫୋପାଡି ଦେଇଥିଲେ । ବିଦ୍ୟାଳୟରେ ଉପସ୍ଥାନ ହାର ବଢାଇବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଦେଉଛନ୍ତି ।

ବାସୁଦେବପୁର ପୌରପାଳିକାର ମଧ୍ୟହ୍ନ ଭୋଜନ ଖାଦ୍ୟ ପ୍ରଦାନ କରୁଛନ୍ତି ଦାମୋଦର ଜୀଉ ସେବା ସଂସ୍ଥା । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଅଛି । ରାଧାକାନ୍ତପୁର ଆଡିଆ ବୁଢୀ ମନ୍ଦାରୁଣୀ ନିକଟସ୍ଥ ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଣିଛନ୍ତି ଭିନ୍ନ ଅଭିଯୋଗ । ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଥାଳିରୁ ଜୋକ ବାହାରିବାରୁ ମଧ୍ୟାହ୍ନ ଭୋଜନ ଗାଡିକୁ ଅଟକାଇ ରଖିଛନ୍ତି । ମଧ୍ୟାନ୍ନରେ ଛାତ୍ରଛାତ୍ରୀଙ୍କୁ ଏସଏମସି ପକ୍ଷରୁ ବିସ୍କୁଟ ବଣ୍ଟନ କରିଛନ୍ତି ।

ଚତୁର୍ଥ ଶ୍ରେଣୀର ଛାତ୍ରୀ ସ୍ବାଗତିକା ମଳିକ ଥାଳିରୁ ଜୋକ ବାହାରିଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ କହିଛନ୍ତି । ଜୋକଟି କେମିତି ଆସିଲା ଓ କେଊଁଠୁ ଆସିଲା ତାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଥିବା ଏକ ସଂସ୍ଥା ଜୋକ ବାହାରିବାକୁ ଅସ୍ୱୀକାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ