Masthead

ହାରିଲା ବିଭୀଷିକା ଜିତିଲା ଜୀବନ

ୱାୟନାଡ (ବଡ଼ ଖବର ବ୍ୟୁରୋ): କେରଳ ୱାୟନାଡ ଭୟଙ୍କର ଭୂସ୍ଖଳନର ୫ ଦିନ ପରେ ସେଠାରୁ ଆସିଛି ହୃଦୟବିଦାରକ ଦୃଶ୍ୟ । ଯାହା ଦେଖିଲେ ଆଖିରେ ଲୁହ ରହିବନି । । ଯେଉଁଠି ପ୍ରକୃତିର କରାଳ ଗତି ଶହଶହ ଜୀବନ ନେଲା । ଅନେକ ସଂଖ୍ୟାରେ ଲୋକ ନିଖୋଜ ମଧ୍ୟ ରହିଛନ୍ତି । ଆଉ କିଛି ମୃତ୍ୟୁ ମୁଖରୁ ଫେରି ନୂଆ ଜୀବନ ପାଇଛନ୍ତି । ମନରେ ଜନ୍ମିଛି ଆଶାର ଆଲୋକ । ତେବେ ଏହି ଭୟାନକ ସ୍ଥିତିରେ ଏକ ଖୁସି ଖବର ଆସିଛି । ଭୂସ୍ଖଳନ ପ୍ରଭାବିତ ୱାୟନାଡ଼ାରେ କେରଳର ବନ ବିଭାଗ ଅଧିକାରୀ ୮ ଘଣ୍ଟା ଅପରେସନ୍‌ କରି ଜଙ୍ଗଲର ଏକ ଆଦିବାସୀ ବସ୍ତିରୁ ୬ ଜଣଙ୍କୁ ଉଦ୍ଧାର କରିଛନ୍ତି ।

କଲପେଟ୍ଟା ରେଞ୍ଜର ବନାଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ରେସ୍କ୍ୟୁ ଟିମ୍ ବାହାରିଥିଲେ ୱାୟନାଡ ଅଭିମୁଖେ, ଉଦ୍ଧାର କାର୍ଯ୍ୟ ପାଇଁ । ରାସ୍ତା ଥିଲା ଭାରି ବିପଜ୍ଜନକ । ଘଞ୍ଚ ଜଙ୍ଗଲ ଭିତରେ ଖସଡା ପଥର । ହେଲେ କିଛି ଆଦିବାସୀ ପରିବାରକୁ ବଞ୍ଚାଇବାର ଥିଲା । ଏଥିପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ବନ ବିଭାଗର କିଛି ଅଧିକାରୀ, ଆଉ ସେମାନଙ୍କୁ ହାତରେ ଯାହା ପଡିଲା ତାହା ଆପଣଙ୍କୁ ସ୍ତମ୍ଭୀଭୂତ କରିବ । ଗତ ୫ ଦିନ ଧରି ପଥର କନ୍ଦିରେ ବଞ୍ଚିଥିଲା ୪ଟି କଅଁଳ ଜୀବନ । ଉଦ୍ଧାର ହୋଇଥିଲେ ୪ ନିଷ୍ପାପ ଶିଶୁ ।

ସେମାନଙ୍କୁ ଉଦ୍ଧାର କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଲୋକଙ୍କ ଠାରୁ ଅଜସ୍ର ଶୁଭେଚ୍ଛା ପାଉଛନ୍ତି ଏହି ୪ ଅଧିକାରୀ । ଏହି ରେସ୍କ୍ୟୁ ଅପରେସନ୍‌କୁ ନେଇ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ କହିଛନ୍ତି, ବନ ଅଧିକାରୀଙ୍କ ଏଭଳି ସଫଳତା ଆମକୁ ମନେ ପାକାଇ ଦେଉଛି ଯେ, ସଂକଟ ସମୟରେ ବି କେରଳର ଜୀବନ ଆଜି ଚମକୁଛି । ଆମେ ସମସ୍ତେ ମିଶି ପୁଣି ପୁନଃନିର୍ମାଣ କରିବା ତଥା ମଜବୁତ ହୋଇ ଆଗକୁ ପୁଣି ଆଗେଇବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ