Masthead

ଅର୍ଣ୍ଣବ ଗୋସ୍ୱାମୀ ଗିରଫ

 

ମୁମ୍ବାଇ, (ବଡ଼ ଖବର ବ୍ୟୁରୋ): ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଇଛି ମୁମ୍ବାଇ ପୋଲିସ୍ । ଆଜି ଭୋରରୁ ମୁମ୍ବାଇ ପୋଲିସର ଏକ ଟିମ୍ ଅର୍ଣ୍ଣବଙ୍କ ଘରେ ପହଞ୍ଚି ପ୍ରଥମେ ତାଙ୍କୁ ଅଟକ ରଖିଥିଲେ, ପରେ ଗିରଫ କରିଥିବା ଜଣା ପଡ଼ିଛି ।
ଅଭିଯୋଗ ଅନୁଯାୟୀ, ରିପବ୍ଲିକ ନେଟୱାର୍କ ୨୦୧୮ରେ ଇଣ୍ଟେରିଅର ଡିଜାଇନରଙ୍କୁ ୮୩ ଲକ୍ଷ ଟଙ୍କା ପ୍ରାପ୍ୟ ନ ଦେବାରୁ ସେ ଓ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ଗୁରୁତର ଅଭିଯୋଗ ରହିଥିଲା । ଏନେଇ ୨୦୧୮ରେ ମାମଲା ରୁଜୁ କରିଥିଲା ପୋଲିସ । କିନ୍ତୁ ପ୍ରମାଣ ଅଭାବରୁ ଏହି ମାମଲାକୁ ବନ୍ଦ କରିଦିଆଯାଇଥିଲା । ତେବେ ମୃତକଙ୍କ ଝିଅ ଏ ନେଇ ସାନି ଅଭିଯୋଗ କରିବା ପରେ ମାମଲାକୁ ରିଓପନ କରିଛି ମୁମ୍ବାଇ ପୋଲିସ । ସେହି କେସ୍ ଆଧାରରେ ଆଜି ସକାଳୁ ଅର୍ଣ୍ଣବକୁ ତାଙ୍କ ଘରୁ ଗିରଫ କରିଛି ପୋଲିସ । ତେବେ ଉଦ୍ଧବ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରି ଥିବାରୁ ଏଭଳି ଆକ୍ରୋଶମୂଳକ ପଦକ୍ଷେପ ନିଆଯାଇଥିବା ରିପବ୍ଲିକ ଟିଭି ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ