Masthead

ରୋଷେଇ ଘରୁ ଆଳୁ ଉଭାନ: ଆଳୁ କେଜି ୬୦ରୁ ୭୦ ପାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଳୁ ପାଇଁ ଏବେ ରାଜ୍ୟରେ ହାହାକାର ପରିସ୍ଥିତି । ରାଜ୍ୟର ବିଭିନ୍ନ ବଡ଼ବଡ଼ ହାଟରେ ଗତ ଦୁଇଦିନ ତଳେ ଆଳୁ କିଲୋ ପିଛା ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା। ଲୋକମାନେ ଅଢ଼େଇ କିଲୋକୁ ଶହେ ଟଙ୍କା ଦେଇ ବି କିଣୁଥିଲେ ହଠାତ୍‌ ଦର ବଢ଼଼ି କିଲୋ ପିଛା ୬୦ରୁ ୬୫ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ୨୦-୨୫ ଟଙ୍କା ବୃଦ୍ଧି ପାଇଛି ଦର। ଏମିତିକି, ଆଗକୁ ଆହୁରି ଦର ବଢ଼ିବ ବୋଲି ଖୁଚୁରା ବ୍ୟବସାୟୀମାନେ କହୁଛନ୍ତି। କାରଣ ଗୋଦାମରେ ଏବେ ପର୍ୟ୍ୟାପ୍ତ ପରିମାଣର ଆଳୁ ଗଚ୍ଛିତ ନାହିଁ। ଯେତିକି ଅଛି, ତାହା ଚଢ଼ା ଦରରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସିପାରୁନି। ଯେଉଁ ୪-୫ଟି ଗାଡ଼ି ଆସୁଛି, ମୋଟା ଅଙ୍କର ଲାଞ୍ଚ ଦେଇ ଆଣିବାକୁ ପଡ଼ୁଛି। ଏହା ପ୍ରତ୍ୟକ୍ଷ ଭାବେ ପାଇକାରୀ ଓ ଖୁଚୁରା ବଜାରକୁ ପ୍ରଭାବିତ କରୁଛି।

ସେହିଭଳି ଉତ୍ତରପ୍ରଦେଶ ଆଳୁକୁ ଖାଉଟି ନାପସନ୍ଦ କରୁଛନ୍ତି। ଫଳରେ ବଡ଼ବଡ଼ ବ୍ୟବାସାୟୀ ଉତ୍ତରପ୍ରଦେଶରୁ ଆଳୁ ମଗାଇଲେ ବି ଖୁଚୁରା ବେପାରୀ ନେଉନାହାନ୍ତି। ତେଣୁ ଗୋଦାମରେ ପଡ଼ି ନଷ୍ଟ ହେଉଛି। ଫଳରେ ବ୍ୟବସାୟୀ କ୍ଷତି ସହୁଛନ୍ତି। ଗତ ୨୦ଦିନ ଧରି ରାଜ୍ୟରେ ଆଳୁ ସଂକଟ ଉପୁଜିଲାଣି। ହେଲେ ସରକାର ଏନେଇ କୌଣସି ଠୋସ୍‌ ପଦକ୍ଷେପ ନେଉନାହାନ୍ତି। ମନ୍ତ୍ରୀ ଯାହା କହୁଛନ୍ତି, ତା’ କାର୍ୟ୍ୟକାରୀ କରିପାରୁନାହାନ୍ତି। ତେଣୁ ବାସ୍ତବତାଠାରୁ ଦୂରରେ ସରକାର ରହୁଥିବା ବ୍ୟବସାୟୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା