Masthead

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଏବଂ ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜଣ ୨୦ ଜିଲାପାଳଙ୍କୁ ବଦଳି କରାଯାଇଛି। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ପି. ଅନ୍ବେଷା ରେଡ୍ଡି ହୋଇଛନ୍ତି ଯାଜପୁର ଜିଲ୍ଲାପାଳ। ସେହିଭଳି ନୟାଗଡ଼ଜିଲ୍ଲାପାଳ ଥିଲେ ସ୍ୱଧା ଦେବ ସିଂଙ୍କର ବଦଳି ହୋଇଛି। ତାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଥିବାଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଏପଟେ ରାଜ୍ୟସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲ୍ଲୀରରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି।ବିଜୟ କେତନ କଟକ ବୋର୍ଡ ଅଫ୍ ରେଭିନ୍ୟୁ ବାରାଜସ୍ବ ପର୍ଷଦର ସଚିବ ଥିଲେ। ତାଙ୍କ ସ୍ଥାନରେ ଆଶିଷ ଠାକରେଙ୍କୁ ଏହି ନୂଆ ଦାୟିତ୍ବମିଳିଛି। ଆଶିଷ ପୂର୍ବରୁ ବାଲେଶ୍ବର ଜିଲ୍ଲାପାଳ ଭାବେ କାର୍ୟ୍ୟ କରୁଥିଲେ। ସେହିଭଳିନବରଙ୍ଗପୁର ଜିଲ୍ଲାପାଳ ଥିବା କମଳ ଲୋଚନ ମିଶ୍ର ହୋଇଛନ୍ତି ଓସଡମାର ନୂଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ।

ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଥିବାଡା. ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିଭଳି ବିଜୟ କୁମାର ଦାଶ ଗଜପତି, ସ୍ମୃତି ରଂଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପତୱାରୀ ରାୟଗଡ଼ାଅମୃତ ଋତୁରାଜ କନ୍ଧମାଳ, ସିଦ୍ଦେଶ୍ବର ବଳିରାମ ବନ୍ଦର ସମ୍ବଲପୁର ଜିଲ୍ଲାପାଳ ଭାବେନିଯୁକ୍ତି ମିଳିଛି। ସେହିଭଳି ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କଟକ, ପାୱାର ସଚିନ ପ୍ରକାଶ କଳାହାଣ୍ଡି, ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼, ମନୋଜ ସତ୍ୟବାନ ମହାଜନ ସୁନ୍ଦରଗଡ଼, କବୀନ୍ଦ୍ର କୁମାର ସାହୁ ଦେବଗଡ଼, ମଧୁସୂଦନ ଦାଶ ନୂଆପଡ଼ା, ସୁବ୍ରତ କୁମାର ପଣ୍ଡା ବୌଦ୍ଧସୂର୍ୟ୍ୟବଂଶୀ ମୟୂର ବିକାଶ ବାଲେଶ୍ବର ଜିଲ୍ଲାପାଳ ହୋଇଛନ୍ତି।

ସୋମେଶ କୁମାର ଉପାଧ୍ୟାୟଢେଙ୍କାନାଳ, ଆଶିଷ ଇଶ୍ବର ପାଟିଲ ମାଲକାନଗିରି, ସ୍ମୃତି ରଂଜନ ପ୍ରଧାନ କେନ୍ଦ୍ରାପଡ଼ା,ପାରୁଲ ପତୱାରୀ ରାୟଗଡ଼ା, ଅମୃତ ଋତୁରାଜ କନ୍ଧମାଳ, ସିଦ୍ଦେଶ୍ବର ବଳିରାମ ବନ୍ଦର ସମ୍ବଲପୁରସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ସୂର୍ୟ୍ୟବଂଶୀ ମୟୂର ବିକାଶ ବାଲେଶ୍ବର, ଶୁଭଙ୍କର ମହାପାତ୍ର ନବରଙ୍ଗପୁର ଏବଂ ହେମକାନ୍ତ ସଏ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି