Masthead

ରାଜ୍ୟରେ ପ୍ରତିଷ୍ଠା ହେବ ୪ ବାଣିଜ୍ୟିକ କୋର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ବାଣିଜ୍ୟିକ କୋର୍ଟ। ବାଣିଜ୍ୟିକ ମାମଲାଗୁଡ଼ିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଓଡ଼ିଶା ସିଭିଲ କୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ଉପଧାରା (୧)ର କ୍ଷମତା ପ୍ରୟୋଗ କରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ଧାରା ୩ ସହିତ ଏବଂ ରାଜ୍ୟ ସରକାରଙ୍କ ବାଣିଜ୍ୟିକ ବିଭାଗ ଅଧିସୂଚନା ସଂଖ୍ୟା ୧୨୬୪୦, ତା୨୬.୧୦.୨୦୧୭ରିଖ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି । କଟକ ସଦର, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ସିଭିଲ ଜଜ୍ (ସିନିୟର ଡିଭିଜନ) କୋର୍ଟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । ହାଇକୋର୍ଟ ସବୁଜ ସଙ୍କେତ ଦେବା ପରେ ସରକାର ବାଣିଜ୍ୟିକ କୋର୍ଟ ଖୋଲିବାକୁ ଯାଉଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

କଟକ ସଦର, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ଥିବା କୋର୍ଟ ପରିସରରେ ବର୍ତ୍ତମାନ ପାଇଁ ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ଏହି ବାଣିଜ୍ୟିକ କୋର୍ଟଗୁଡ଼ିକର ଜୁରିସଡିକ୍ସନ୍ ନିର୍ଦ୍ଧାରଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ