Masthead

ଶିମିଳିପାଳକୁ ଜଗିବ ଏଆଇ ଟାୱାର

ବାରିପଦା (ବଡ଼ ଖବର ବ୍ୟୁରୋ): ଏବେ ଶିମିଳିପାଳକୁ ଜଗିବା ଏଆଇ ଟାୱାର । ଅଭୟାରଣ୍ୟର ସୁରକ୍ଷା ପାଇଁ ବ୍ୟବହାର ହେବ କୃତ୍ରିମ ବୁଦ୍ଧିମତା (ଏଆଇ) ଟାୱାର। ବନବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଅଭୟାରଣ୍ୟର ପ୍ରତି ୧୦ କିଲୋମିଟର ବ୍ୟବଧାନରେ ଏଆଇ ଟାୱର ସ୍ଥାପନ ହେବ। ପ୍ରାଥମିକ ପର୍ଯ୍ୟାୟରେ ୨-୩ଟି ସ୍ଥାନରେ ଏହି ପରୀକ୍ଷାମୂଳକ ଭାବେ ସ୍ଥାପନ କରାଯିବ। ଶିକାରୀ ଓ କାଠ ମାଫିଆଙ୍କ ପାଇଁ ଅଭୟାରଣ୍ୟର ସୁରକ୍ଷା ବିପନ୍ନ ହେଉଛି ।

ଏଆଇ ଟାୱାରରେ ୩୬୦ ଡିଗ୍ରୀ କୋଣରେ ବୁଲି ପାରୁଥିବା ଉଚ୍ଚକ୍ଷମତା ସମ୍ପନ୍ନ ରିଅଲ୍ ଟାଇମ୍ ଥର୍ମାଲ କ୍ୟାମେରା ଲଗାଯିବା । ଏହି କ୍ୟାମେରା ଦ୍ଵାରା ବନ୍ୟଯନ୍ତୁଙ୍କ ଗତିବିଧି ସହ ଶିକାରୀ ଉପରେ ନଜର ରଖାଯାଇପାରିବ । ଖରାଦିନେ ବନାଗ୍ନି ଚିହ୍ନଟରେ ମଧ୍ୟ ଏହା ସହାୟ ହେବ । ଏହି ପ୍ରକ୍ରିୟା ଶେଷ ପର୍ଯାୟରେ ପହଁଚିଛି। ଏଥି ପାଇଁ ପ୍ରାୟ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ବୋଲି ଶିମିଳିପାଳ ଦକ୍ଷିଣ ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ