Masthead

ଆଜି ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ । ଆଜି ସରିବ ପ୍ୟାରିସ୍ ଅଲିମ୍ପିକ୍ସ, ଭାରତର ଧ୍ୱଜା ଧରିବେ ମନୁ ଓ ଶ୍ରୀଜେଶ । ଆଜି ଅପରାହ୍ନରେ ଉଦଯାପାନୀ ସମାରୋହ ନେଇ ଧୁମଧାମ ଆୟୋଜନ ହୋଇଛି । ଏ ଅବସରରେ ବିଭିନ୍ନ ପଦକ ବିଜେତା ନିଜ ନିଜ ଦେଶର ଜାତୀୟ ପତାକା ଧରିବେ । ଭାରତ ପକ୍ଷରୁ ମନୁ ଭାକର ଓ ପି.ଆର ଶ୍ରୀଜେଶ ଜାତୀୟ ପତାକା ଧରିବେ । ଗତ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା ଏହି କ୍ରୀଡା ମହାକୁମ୍ଭ ।

ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି । ପ୍ୟାରିସ୍‌ ଅଲିମ୍ପିକ୍ସରେ ସୁଟିଂରୁ ଭାରତ ତା’ର ପଦକ ଅଭିଯାନ ଆରମ୍ଭ କରିଥିଲା । ସୁଟିଂରେ ଚଳିତ ଥର ୩ଟି ପଦକ ଜିତିଛି ଭାରତ । ଭାରତ ପକ୍ଷରୁ ମନୁ ଭାକର ପ୍ରଥମ ପଦକ ଜିତିଥିଲେ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହାପରେ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ପୁଣି ଥରେ ମନୁ ଭାକର ଓ ସରବଜୋତ ସିଂ ଆଉ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

ସ୍ୱପ୍ନିଲ କୁଶାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଭାରତକୁ ଚତୁର୍ଥ ପଦକ ହକିରୁ ଆସିଥିଲା । ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଛି ଟିମ୍‌ ଇଣ୍ଡିଆ । ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଚଳିତ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି । କୁସ୍ତିରୁ ମଧ୍ୟ ଚଳିତ ଅଲିମ୍ପିକ୍ସରେ ପଦକ ଆସିଛି । ପୁରୁଷ ୫୭ କେଜି ଫ୍ରି ଷ୍ଟାଇଲ କୁସ୍ତିରେ ଅମନ ଶେରାୱତ ବ୍ରୋଞ୍ଜ୍‌ ମେଡାଲ ଜିତିଛନ୍ତି । ଏଥର ଗୋଟିଏ ବି ସ୍ବର୍ଣ୍ଣ ପାଇନି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ