Masthead

ବିଜେଡିରୁ ୧୧ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଇସ୍ତଫା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଛିଡ଼ୁଛି ବିଜେଡି । ମାହାଙ୍ଗାରେ ପ୍ରତାପଙ୍କୁ ଶକ୍ତ ଧକ୍କା । ବିଜେଡିରୁ ଇସ୍ତଫା ଦେଇ ସାରଦାଙ୍କ ଶିବିରରେ ୧୧ ସରପଞ୍ଚ ଓ ସମିତି ସଭ୍ୟ । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ୬ ଜଣ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟଙ୍କ ଦଳତ୍ୟାଗ । ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସ୍ୱାଧୀନ ଭାବେ କାର୍ଯ୍ୟ କରିବାକୁ ନେଲେ ନିଷ୍ପତି । ବିଜେଡି ଛାଡିଥିବା ସମସ୍ତ ଜନ ପ୍ରତିନିଧିଙ୍କୁ ସାରଦାଙ୍କ ସ୍ୱାଗତ ।

ନିଶ୍ଚିନ୍ତକୋଇଲି ବ୍ଲକର ଫୋଗଳ, ଜୟରାମପୁର, ଯମରା, କେରୀଲୋ, ନରେନ୍ଦ୍ରପୁର (ସମିତି ସଭ୍ୟ ) ଫୋଗଳ, ନରେନ୍ଦ୍ରପୁର, ନଗେସପୁର, କଟିକଟା, କେରୀଲୋ, ସୁକରପଡା ପଞ୍ଚାୟତର (ସରପଞ୍ଚ) ମାନେ ବିଜେଡି ଛାଡିବା ଉଦବେଗର କାରଣ ହୋଇଛି । ବିଜେଡିକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ପାଇଁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରୁଥିବା ବେଳେ ଦଳର ରାଜ୍ୟ ମିଡ଼ିଆ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନମଣ୍ଡଳିରେ ଗୋଟିଏ ଦିନରେ ୧୧ ସରପଞ୍ଚ ଓ ସମିତି ସଭ୍ୟଙ୍କ ଦଳ ଛାଡିବା ଘଟଣା ଉପକୂଳ ଜିଲାରେ ଚର୍ଚ୍ଚିତ ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ