Masthead

ଭିଜିଲାନ୍ସ ଜାଲରେ ରୋଡ୍ ଆଣ୍ଡ୍ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ । ରୋଡ୍ ଆଣ୍ଡ୍ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ । ଏକକାଳୀନ ୯ଟି ସ୍ଥାନରେ ଚଢାଉ ହୋଇଛି । କଟକ, ଭୁବନେଶ୍ବର, ଝାରସୁଗୁଡ଼ାରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଭୁବନେଶ୍ବରର ନୟାପଲ୍ଲୀରେ ଥିବା ଅର୍ପଣ ଆପାର୍ଟମେଣ୍ଟ, ଝାରସୁଗୁଡ଼ାରେ ଥିବା ଆସିଅନା ଆପର୍ଟମେଣ୍ଟରେ ୨ଟି ଫ୍ଲାଟରେ ଚଢ଼ାଉ ହୋଇଛି। କସମପଲ୍ଲୀ ଆପାର୍ଟମେଣ୍ଟର ୨ଟି ଫ୍ଲାଟ, କଟକ ତିଗିରିଆରେ ଥିବା ସମ୍ପର୍କୀୟଙ୍କ ଘରେ, ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ସମ୍ପର୍କୀୟ ଘରେ ମଧ୍ୟ ରେଡ୍‌ ହୋଇଛି ।

ସୂଚନା ଅନୁଯାୟୀ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରୋଡ୍ ଆଣ୍ଡ୍ ବିଲଡିଂ (ସିଭିଲ୍)ର ପୂର୍ବତନ ମୁଖ୍ୟଯନ୍ତ୍ରୀ, ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ ହୋଇଛି । ବାସଭବନ ସମେତ ଏକକାଳୀନ ୯ ଟି ସ୍ଥାନରେ ଚଢାଉ ହୋଇଛି । ଭିଜିଲାନ୍ସ ବିଭାଗର ୧୨ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୧୬ ଏଏସଆଇ ଏବଂ ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ମାନେ ଏହି ରେଡ୍ରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର, କଟକ ଏବଂ ଝାରସୁଗୁଡା ସହ ୯ଟି ସ୍ଥାନରେ ରେଡ୍ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା