Masthead

ଶ୍ରମିକ ବଦଳରେ ମେସିନ କାମକୁ ବିରୋଧ

କେନ୍ଦୁଝର, (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଓଏମସି ଖଣିରେ ଶ୍ରମିକ ଅଶାନ୍ତି । ନିୟମକୁ ବେଖାତିର କରି ଶ୍ରମିକଙ୍କ ବଦଳରେ ମେସିନ କାମ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏହାଦ୍ୱାରା ଭୋକ ଉପାସରେ ଦିନ କାଟୁଛନ୍ତି ଶହ ଶହ ଖଣି ପ୍ରଭାବିତ ଶ୍ରମିକଙ୍କ ପରିବାର । ଖଣିରେ କାମ ଦାବି କରି ୨୪ ଦିନରେ ପହଞ୍ଚିଛି ଶ୍ରମିକଙ୍କ ଆନ୍ଦୋଳନ ଓ ଧାରଣା ।
ମଙ୍ଗଳବାର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଧାରଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ସମର୍ଥନ କରିଥିଲେ । ଅନେକ ଭୂୟାଁ ଓ ଜୁଆଙ୍ଗ ସଂଙ୍ଗଠନର ସଭ୍ୟ ମଧ୍ୟ ସେଠାରେ ପହଞ୍ଚିଥିଲେ । ସେପଟେ ଏହାକୁ ବିରୋଧ କରି ଖଣିରେ କାମ କରିଆସୁଥିବା ଏକ ସଂଙ୍ଗଠନ ଓ ତାଙ୍କ ସମର୍ଥକମାନେ ଓଏମସି ଖଣି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହାକୁ ନେଇ ସମଗ୍ର ଖଣି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ବିଧାୟକ କହିଛନ୍ତି ଯେ ଖଣି ଗାଇଡ୍ ଲାଇନ୍ ଅନୁସାରେ ଖଣି କାମରେ ୬୦ ଭାଗ ମେସିନ ଓ ୪୦ ଭାଗ କାମ ଶ୍ରମିକଙ୍କ ଦ୍ୱାରା ହେବାର ନିୟମ ଅଛି । ମାତ୍ର ସେଠାର କିଛି ଜିଲ୍ଲା ବାହରର ମୁଷ୍ଟିିମେୟ ବ୍ୟକ୍ତି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ନାଁରେ ଏକ ସଂସ୍ଥା କରିଥିବା କୁହାଯାଇଛି । ଓଏମସି କର୍ତ୍ତୃପକ୍ଷଙ୍କୁ ହାତବାରିସି କରି ସେମାନେ ଖଣି ପ୍ରଭାବିତି ଅଞ୍ଚଳର ଶହ ଶହ ଶ୍ରମିକଙ୍କ ଦାନା ମାରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ଶ୍ରମିକ ଅଶାନ୍ତି ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି