Masthead

ବଡ଼ ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ

ପୁରୀ (ବଡ଼ ଖବର ବ୍ୟୁରୋ): ଆଡପ ମଣ୍ଡପ ପହଣ୍ଡି ଦିନ ବଡଠାକୁର ରଥ ଉପରେ ପଡିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ବଳଭଦ୍ର ବାଡଗ୍ରାହୀଙ୍କୁ ପଚାର ଉଚରା କରାଯାଇଛି। ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସମତେ ବରିଷ୍ଠ ଦଇତାପତି ସେବକମାନଙ୍କୁ ପଚରା ଉଚରା କରାଯାଇଛି। ଭିଡିଓ ଦେଖାଇ ତିନି ଜଣିଆ କମିଟି ଏ ଡି ଏମ୍, ନୀତି ପ୍ରସାସକ, ସି ଟି ଡି ଏସ୍ ପି ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ। ଆଡ଼ପ ପହଣ୍ଡି ବେଳେ ତାଳଧ୍ବଜ ରଥରେ ବଡ଼ଠାକୁରଙ୍କୁ ଯେଉଁଭଳି ପକାଇ ଦିଆଗଲା, ସାରା ବିଶ୍ବର ଅଗଣିତ ଭକ୍ତ ତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ଏବେ ବି ଏହି ହୃଦୟ ବିଦାରକ ଦୃଶ୍ୟ ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ନୀଳାଦ୍ରି ବିଜେ ଜୁଲାଇ ୧୯ ତାରିଖରୁ ଶେଷ ହେଲାଣି। ଜୁଲାଇ ୨୯ ତାରିଖ ସୁଦ୍ଧା କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବା କଥା ଓ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା କଥା। ଏ ଭିତରେ ନୀଳାଦ୍ରି ବିଜେ ଶେଷ ହେବା ୨୫ଦିନ ବିତିଲାଣି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍। ଗତ ଜୁଲାଇ ୯ ତାରିଖରେ ପହଣ୍ଡି ବେଳେ ଘଟିଥିଲା ଏହି ଅଘଟଣ। ପହଣ୍ଡି ଦାୟିତ୍ବରେ ଥିବା ସେବକମାନେ ପହଣ୍ଡିରେ ଚରମ ଅବହେଳା ପ୍ରଦର୍ଶନ ପୂର୍ବକ ବଡ଼ଠାକୁର ଚାରମାଳ ଉପରେ ପକାଇ ଦେଇଥିଲେ।

ସ୍ଥିତି ଏପରି ହୋଇଥିଲା ଯେ ବଡ଼ଠାକୁର ଶ୍ରୀବଳଭଦ୍ର ରଥ ଉପରୁ ଘୋଷାରି ହୋଇ ଆସି ଚାରମାଳ ଉପରେ ମୁହଁ ମାଡ଼ି ପଡ଼ିଥିଲେ। ପହଣ୍ଡି ବେଳେ କେବଳ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା, ପୁଷ୍ପାଳକଙ୍କୁ ମିଶାଇ ଶ୍ରୀଜଗନ୍ନାଥଙ୍କ ରଥରେ ପ୍ରାୟ ୫୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୧୦ଜଣ ଓ ଶ୍ରୀବଳଭଦ୍ରଙ୍କ ରଥରେ ୪୦ଜଣ ରହିବା ନିୟମ ଅଛି। କିନ୍ତୁ ସେବା ନ ଥିବା ଅନାଧିକୃତ ବ୍ୟକ୍ତି ଶତାଧିକ ସଂଖ୍ୟାରେ ରଥ ଉପରେ ଚଢ଼ିଥିଲେ। ପହଣ୍ଡିକୁ ଗୁରୁତ୍ବ ଦେବା ବଦଳରେ ଫଟୋ ପୋଜରେ ସମସ୍ତେ ମାତିଥିଲେ। ଏହାକୁ କେନ୍ଦ୍ର କରି ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ବି ପ୍ରତିକ୍ରିୟା ରଖିଥିଲେ। ବର୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ