Masthead

ଆଜି IMAର ଦେଶବ୍ୟାପୀ ବନ୍ଦ ଡାକରା

କୋଲକାତା (ବଡ଼ ଖବର ବ୍ୟୁରୋ):  ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ତେଜିଛି ଆନ୍ଦୋଳନ । ପଶ୍ଚିମବଙ୍ଗରୁ ଓଡ଼ିଶା, ହାଇଦ୍ରାବାଦରୁ ମୁମ୍ବାଇ ଦେଶର ପ୍ରତିଟି ସହରରେ ଏହାକୁ ନେଇ ବିରୋଧ । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ଡାକ୍ତରମାନେ । ତେବେ ଏହି ଘଟଣାକୁ ବିରୋଧ କରି ଆଜି ଭାରତୀୟ ଭେଷଜ ପରିଷଦ ପକ୍ଷରୁ ଦେଶବ୍ୟାପି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଡାକ୍ତିରୀ ସେବା ବ୍ୟାହତ ହୋଇଛି । ଧର୍ମଘଟ ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ।

ଅନ୍ୟପଟେ ଏହି ଘଟଣାରେ ସିବିଆଇ ତଦନ୍ତ ଜାରି ରହିଛି। ପୀଡିତାଙ୍କ ବାପା ଓ ମାଆ ସିବିଆଇକୁ କହିଛନ୍ତି ଯେ, ଏହି ଘଟଣାରେ ଡାକ୍ତରଖାନାର ଅନେକ ଟ୍ରେନି ଏବଂ ଡାକ୍ତର ସମ୍ପୃକ୍ତ ଥାଇପାରନ୍ତି। ଯେଉଁମାନଙ୍କୁ ସେମାନେ ସନ୍ଦେହ କରୁଛନ୍ତି ସିବିଆଇକୁ ମଧ୍ୟ ସେମାନଙ୍କ ନାମ କହିଛନ୍ତି । ସିବିଆଇର ଜଣେ ଅଧିକାରୀ କହିଛନ୍ତି, ” ପୀଡିତାଙ୍କ ପିତାମାତା ଆମକୁ କହିଛନ୍ତି ଯେ, ତାଙ୍କ ଝିଅଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଡାକ୍ତରଖାନାର ଏକାଧିକ ଲୋକ ସାମିଲ ଥାଇପାରନ୍ତି । କିଛି ଟ୍ରେନି ଓ ଡାକ୍ତରଙ୍କ ନାମ ମଧ୍ୟ ଦେଇଛନ୍ତି। ପ୍ରାରମ୍ଭିକ ତଦନ୍ତରେ ସିବିଆଇ ସେମାନଙ୍କୁ ପଚରାଉଚରା କରିବାରେ ଅଧିକ ପ୍ରାଥମିକତା ଦେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା! 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା!