Masthead

ଅଙ୍ଗନୱାଡି କର୍ମୀ ସାଜିଛନ୍ତି ପିଡିଏସ ରିଟେଲର, କାର୍ଯ୍ୟାନୁଷ୍ଠାନ ନେବାକୁ ବିଡ଼ିଓଙ୍କୁ ଅଭିଯୋଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଜରାପୁର ପଞ୍ଚାୟତରେ ଅଙ୍ଗନୱାଡି କର୍ମୀମାନଙ୍କ ମନମାନି ବଢ଼ିବାରେ ଲାଗିଛି। ନିଜର ଅଙ୍ଗନବାଡି ସେଣ୍ଟରରେ ତାଲା ପକାଇ ପିଡିଏସ ଚାଉଳ ବଣ୍ଟନ କରୁଛନ୍ତି ଅଙ୍ଗନୱାଡି ଦିଦି। ଏମିତି କି ଛୋଟ ଛୋଟ କୋମଳ ମତି ପିଲାମାନଙ୍କୁ ଖାଦ୍ୟ ପରିମାଣ କମ ଦେବା ସହିତ ପିଲାମାନଙ୍କ ପାଇଁ ଆସୁଥିବା ସକାଳ ଜଳଖିଆ ସମ୍ପୁର୍ଣ୍ଣ ବନ୍ଦ ରହିଛି। ଏମିତି ଏକ ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକରୁ ।

ଷଷ୍ଠତମ ପଞ୍ଚାୟତ ସମିତି ବୈଠକରେ ବଜରାପୁର ସମିତି ସଭ୍ୟ ବିବେକାନନ୍ଦ ଧର ରାଜଗରପୁର ଅଙ୍ଗନୱାଡି ସେଣ୍ଟର କର୍ମଚାରୀ ଝୁନୁଲତା ଦାସ ଆଜକୁ ଦୀର୍ଘ ବର୍ଷ ହେବ ନିଜର ଅଙ୍ଗନୱାଡି ସେଣ୍ଟର ତାଲା ପକାଇ ପିଡିଏସ ଚାଉଳ ବଣ୍ଟନ କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିରେ ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନେ ନାମରେ ଥାନାରେ ମିଛ ମାମଲାରେ ତାଙ୍କୁ ଫସାଇ ଦେଉଛନ୍ତି ଏହି ଅଙ୍ଗନବାଡି କର୍ମୀ ଜଣଙ୍କ। ଏନେଇ ବଜରାପୁର ପଞ୍ଚାୟତର ସମିତି ସଭ୍ୟ ବିବେକାନନ୍ଦ ଧର ଚାନ୍ଦବାଲି ବିଡ଼ିଓ ଓ ସମିତି ଗୃହରେ ଉପସ୍ଥିତ ଥିବା ସାଂସଦ, ବିଧାୟକଙ୍କୁ ଏବିଷୟରେ ଅବଗତ କରାଇଥିଲେ ଏବଂ ବଜରାପୁର ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୁଳକ ପ୍ରକଳ୍ପ କାର୍ଯ୍ୟରେ ତାଙ୍କୁ ବିଭାଗୀୟ ଯନ୍ତ୍ରୀ ଅଣଦେଖା କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ