Masthead

ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ‘ମୋ ଉପକାରୀ ବଗିଚା’

ବନ୍ତ, (ବଡ଼ ଖବର ବ୍ୟୁରୋ): କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏ ମଧ୍ୟରେ ‘ମୋ ଉପକାରୀ ବଗିଚା’ ଅନ୍ୟତମ । ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ‘ମୋ ଉପକାରୀ ବଗିଚା’ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅନୁସୂଚିତ ଜାତି ତଥା ଜନଜାତି, ଗର୍ଭବତୀ, ସ୍ୱାମୀ ପରିତ୍ୟକ୍ତା, ବିଧବା, ଗରିବ ତଥା ନିଃସହାୟ ଓ ପ୍ରବାସୀ ମହିଳା ଉକ୍ତ ଯୋଜନାରେ ସାମିଲ ହୋଇପାରିବେ। ମହିଳାମାନେ ନିଜ ବାଡ଼ିରେ କୌଣସି ରାସାୟନିକ ସାର ପ୍ରୟୋଗ ନ କରି ଖତ ମାଧ୍ୟମରେ ପରିବା ଚାଷ କରିପାରିବେ। ଦୈନନ୍ଦିନ ଆବଶ୍ୟକ ହେଉଥିବା ପନିପରିବା ଖାଇବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବେ। ଏଥି ସହ ସ୍ୱାବଲମ୍ବୀ ମଧ୍ୟ ହୋଇପାରିବେ। ମହିଳାମାନେ ନିଜ ବାଡ଼ିରେ ସର୍ବନିମ୍ନ ୨୯ଫୁଟ ଲମ୍ବ ଓ ୨୨ଫୁଟ ଚଉଡ଼ାର ବେଡ୍ ପ୍ରସ୍ତୁତ କରି ପଟାଳି ମାଧ୍ୟମରେ ପନିପରିବା ଚାଷ କରିପାରିବେ। ଏହି ଯୋଜନାରେ ଏମଜିଏନଆରଇଜିଏସ ଯୋଜନା ମାଧ୍ୟମରେ ସରକାର ହିତାଧିକାରୀମାନଙ୍କୁ ବେଡ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ଗଛ ଉଠିବା ଓ ଫଳ ଫଳିବା ପର୍ୟ୍ୟନ୍ତ କିସ୍ତି ଆକାରରେ ୧୦ ହଜାର ୭୨୯ ଟଙ୍କା ପ୍ରଦାନ କରୁଛନ୍ତି।

ଅଗଷ୍ଟ ମାସରେ ବନ୍ତ ବ୍ଲକରେ ଆରମ୍ଭ ହୋଇଥିଲା ଏହି ଯୋଜନା। କାଦବରାଙ୍ଗ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୧୦୬ ହିତାଧିକାରୀ ଆବେଦନ କରିଥିବା ବେଳେ ୮୪ ହିତାଧିକାରୀ ନିଜକୁ ନିୟୋଜିତ କରିଥିବା ଜଣାପଡ଼ିଛି। ପଞ୍ଚାୟତର ଏରେଣ୍ଡେଇ ଗାଁର ୧୪, କାଦବରାଙ୍ଗର ୧୦, କୁସୁନପୁରର ୧୦, ରାଣୀପୁରର ୩, ସୁଆଁପଦାର ୬, ତୁମ୍ଭାପଦୀର ଜଣେ, ବାଙ୍କତୀରାର ୧୪, ବନ୍ତଳାର ୧୩, ଭଗାରାମର ଜଣେ, ଭରସିଂହପୁରର ୧୨ଜଣ ହିତାଧିକାରୀ ଉକ୍ତ ଯୋଜନାରେ ନିୟୋଜିତ ହୋଇଛନ୍ତି। ଗ୍ରାମ ରୋଜଗାର ସେବକ ଭାଗୀରଥି ସାହୁଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ବିଭିନ୍ନ ଗ୍ରାମର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ଉକ୍ତ ଯୋଜନାକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେଇଥିବା ସୂଚନା ମିଳିଛି। ତେବେ ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତରେ ‘ମୋ ଉପକାରୀ ବଗିଚା’ ସମ୍ବନ୍ଧରେ ଅଧିକାରୀମାନଙ୍କୁ ଯୋଗାଯୋଗ କରିବାରୁ ଏଠାରେ ଏହି ଯୋଜନାର ସଫଳ ରୂପାୟନ ହେବା ସହ ଆଗାମୀ ଦିନରେ ବହୁ ହିତାଧିକାରୀ ଏହି ଯୋଜନାରେ ନିଜକୁ ନିୟୋଜିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ