Masthead

ଭୁବନେଶ୍ୱର ପରେ କଟକରେ ଠାବ ହେଲା ସିମ୍ ବକ୍ସ !

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀଙ୍କ ଗୁମର ଖୋଲିବାରେ ଲାଗିଛି। ଭୁବନେଶ୍ୱର ପରେ କଟକରୁ ମଧ୍ୟ ସିମ୍‌ ବକ୍ସ ମିଳିଛି। ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ମିଳିଥିବାରୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇ ଅଧିକ ତନାଘନା ଚଳାଇଛି। ଗିରଫ ହୋଇ ଜେଲରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେମ୍‌ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ୫ ଦିନିଆ ରିମାଣ୍ଡ ଅନୁମତି ଦେବା ପରେ ରାଜୁଙ୍କୁ ରବିବାର ଝାରପଡା ଜେଲରୁ ନେଇ ପୋଲିସ ଟିମ୍‌ ମାରାଥନ ଜେରା ଆରମ୍ଭ କରିଛି।

ପ୍ରଥମ ଦିନରେ ରାଜୁଙ୍କଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଭୁବନେଶ୍ୱର ଭଳି କଟକରେ ମଧ୍ୟ ରାଜୁ ଘର ଭଡ଼ା ନେଇ ସିମ୍‌ ବକ୍ସ ଚଳାଇଥିବା କହିବା ପରେ ତୁରନ୍ତ ସେଠାରେ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ସ୍ପେଶାଲ ସ୍କ୍ବାଡ୍‌, ଲକ୍ଷ୍ମୀସାଗର ଓ ମଧୁପାଟଣା ଥାନା ପୋଲିସ ଏବଂ ସାଇବର ଏକ୍ସପର୍ଟଙ୍କୁ ନେଇ ଏକ ମିଳିତ ଟିମ୍‌ ଅପରାହ୍ନରେ ରାଜୁଙ୍କୁ ଧରି ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀ ନଗରସ୍ଥିତ ବୃନ୍ଦାବନ ଭବନରେ ଭଡ଼ା ଘରେ ଯାଞ୍ଚ କରିଥିଲା। ଉକ୍ତ ଘରେ ଥିବା ର଼୍ୟାକ୍‌ରୁ ୫ଟି ସିମ୍‌ ବକ୍ସ ସମେତ ବିଭିନ୍ନ ଟେଲିକମ୍‌ କମ୍ପାନୀର ୫୪୬ ସିମ୍‌ କାର୍ଡ ଜବତ କରାଯାଇଛି।

ଏଥିସହ ସେଠାରୁ ୪୦ଟି ସିମ୍‌ କାରିୟର୍ସ, ଗୋଟିଏ ରାଉଟର, ୨ଟି ଏୟାରଟେଲ ବ୍ରଡ୍‌ବ୍ୟାଣ୍ଡ୍‌ ମଧ୍ୟ ମିଳିଛି। ଜବତ ସିମ୍‌ରୁ ୨୩୬ଟି ସିମ୍‌ ଆକ୍ଟିଭ୍‌ ଥିଲା ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ପୋଲିସ କହିଛି, ରାଜୁ ଉକ୍ତ ଘରକୁ ୮ ହଜାର ଟଙ୍କାରେ ୨୦୨୩ ଡିସେମ୍ବରରୁ ଭଡ଼ାରେ ନେଇଥିଲେ। କପଡା ବ୍ୟବସାୟ କରିବେ ବୋଲି ମାଲିକଙ୍କୁ କହିଥିଲେ। ଫୋନ୍‌ପେ ଜରିଆରେ ଘର ଭଡ଼ା ଦେଉଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ