ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ; ଆଜିି ଗୃହରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ପୁଣି ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଚଳିତ ବିଧାନସଭାର ଏହା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ । ଆଜିଠୁ ଆରମ୍ଭ ହୋଇ ଏହି ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ଯାଏଁ ଚାଲିବ । ସେପଟେ ସେପ୍ଟେମ୍ବର ୧୦ ତାରିଖରେ ଆଗତ ହେବାକୁ ଯାଉଛି ବ୍ୟୟମଞ୍ଜୁର ବିଲ । ଏହାବାଦ ବିଧାନସଭାର ଦ୍ୱିତୀୟ ଅଧିବେଶନରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ସମ୍ଭାବନା ଦେଖା ଦେଇଛି । ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବେ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରାଯିବ । ତତସହିତ ବହୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯିବ ରାଜ୍ୟର ବିକାଶ ପାଇଁ ବୋଲି ଜଣା ପଡିଛି । ସେପଟେ ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ସରକାର ଆଜିଠାରୁ ବିଧାନସଭାରେ ଦେବ ଅସଲ ପରୀକ୍ଷା । ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାାୟରେ ସରକାରଙ୍କୁ ଅଠାକାଠିରେ ଛନ୍ଦିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ଭିନ୍ନଭିନ୍ନ ପ୍ରସଙ୍ଗରେ ସରକାରଙ୍କଠାରୁ ଜବାବ ତଲବ କରିବାକୁ ଯୋଜନା କରିଛନ୍ତି।

ସମ୍ପ୍ରତି ରାଜ୍ୟରେ ସୃଷ୍ଟି ହୋଇଥିବା ଆଳୁ ସମସ୍ୟା ସାଙ୍ଗକୁ ପିଆଜ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ଭତ୍ତା ପ୍ରତାରଣା, ସୁଭଦ୍ରା ଯୋଜନାରେ ଚଞ୍ଚକତାକୁ ନେଇ ସରକାରଙ୍କୁ ବିରୋଧୀ ଘେରିବାକୁ ଯୋଜନା କରିଛନ୍ତି। ପୁନଶ୍ଚ ଓଡ଼ିଆ ଅସ୍ମିତା ଗାଉଣା ଗାଉଥିବା ବିଜେପି ସରକାରଙ୍କ ଜଣେ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କୌଣସି କାର୍ୟ୍ୟାନୁଷ୍ଠାନ ନ ହେବା ମଧ୍ୟ ବିଧାନସଭାରେ ପୁଣି ଉଠିବ। ଏହାବ୍ୟତୀତ ପୋଲାଭରମ୍‌ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ଓ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରା ନ ଯିବା ମଧ୍ୟ ବିଧାନସଭାରେ ବିରୋଧୀ ଉଠାଇବେ ବୋଲି ସୂଚନା ମିଳିଛି।ସ୍ପର୍ଶକାତର ପୋଲାଭରମ୍‌ ପ୍ରସଙ୍ଗ ଏବେ ସରକାରଙ୍କ ପାଇଁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ଆନ୍ଧ୍ରପ୍ରଦେଶକୁ ବିଶେଷ ଅନୁଗ୍ରହ ଯୋଗୁଁ ମାଲକାନଗିରି ଜିଲ୍ଲାର ୨୦ଟି ଗାଁ ପ୍ରକଳ୍ପ ଦ୍ୱାରା ଜଳମଗ୍ନ ହେବାକୁ ଯାଉଛି। ଓଡ଼ିଶା ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏପରି ଅବିଚାରକୁ ଗୃହରେ ବିରୋଧୀ ଦୃଢ଼ ଭାବେ ଉପସ୍ଥାପନ କରିବେ ବୋଲି ଜଣେ ନେତା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ