Masthead

ସ୍କୁଲରେ ଲହଡି ଭାଙ୍ଗୁଛି ଅପରିଷ୍କାର ପାଣି , ଟ୍ରଲିରେ ବୁହା ହେଲେ ଛାତ୍ରଛାତ୍ରୀ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ସ୍କୁଲ ସମ୍ମୁଖ ଓ ଭିତରେ ଲହଡି ମାରୁଛି ପାଣି ଢେଉ । ଆଉ ତାହାରି ଭିତରେ ଅଳିଆ ବୋହିବା ଟ୍ରଲିରେ ବୁହାହୋଇ ସ୍କୁଲକୁ ଯାଇ ସ୍ୱାଧୀନତା ଦିବସ ପାଳିଲେ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁ ୧୩ ନଂ ଓ୍ବାର୍ଡରେ ଥିବା ଦଧିବାମନ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟରେ। ସ୍ୱାଧୀନତା ଦିବସ ପାଳିବାକୁ ଯାଇ ଟ୍ରଲିରେ ବୁହାହେଲେ ଛାତ୍ରଛାତ୍ରୀ ।

ସ୍କୁଲକୁ ଯିବା ରାସ୍ତାରେ ଓ ସ୍କୁଲ ପରିସରରେ ଦୁଇ ଫୁଟର ପାଣି ଲହଡି ମାରୁଥିବା ବେଳେ ବିପଦସଂକୁଳ ଭାବେ ଟ୍ରଲିରେ ବୁହାହୋଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଛାତ୍ରଛାତ୍ରୀ । ଦଧିବାମନ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । ମାତ୍ର ବର୍ଷା ଦିନେ ଜଳ ନିଷ୍କାସନର ସୁବିଧା ନଥିବାରୁ ଗାଁର ଉପରମୁଣ୍ଡରୁ ବୋହି ଆସୁଥିବା ଅପରିଷ୍କାର ପାଣି ସ୍କୁଲ ସାମ୍ନାରେ ଥିବା ରାସ୍ତାରେ ଓ ସ୍କୁଲ ପରିସରରେ ଜମା ହୋଇ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ । ଯାହା ଫଳରେ ସେଠାରେ ଦୁଇଫୁଟର ପାଣି ଲହଡି ମାରି ପିଲା ଓ ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲକୁ ଯିବାଆସିବାରେ ବହୁ ସମସ୍ୟା ସୃଷ୍ଟି କରେ ।

ତେବେ ଗ୍ରାମବାସୀମାନେ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଏ ସମ୍ପର୍କରେ ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସ୍କୁଲ ରାସ୍ତାରେ ଜଳନିଷ୍କାସନର କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ସ୍ୱାଧୀନତା ଦିବସରେ ମଧ୍ୟ ଟ୍ରଲିରେ ବୁହାହୋଇ ସ୍କୁଲକୁ ଆସିଲେ ଛାତ୍ରଛାତ୍ରୀ । ସେହିପରି ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠପଢିବା ପାଇଁ ୭ ଟି ଶ୍ରେଣୀ ଗୃହ ଥିବାବେଳେ ବର୍ଷାଦିନେ ଜଳନିଷ୍କାସନ ଅସୁବିଧାରୁ ଦୁଇ ତିନୋଟି ଶ୍ରେଣୀଗୃହ ପାଣିରେ ବୁଡି ରହୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ