Masthead

ସ୍କୁଲରେ ଲହଡି ଭାଙ୍ଗୁଛି ଅପରିଷ୍କାର ପାଣି , ଟ୍ରଲିରେ ବୁହା ହେଲେ ଛାତ୍ରଛାତ୍ରୀ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ସ୍କୁଲ ସମ୍ମୁଖ ଓ ଭିତରେ ଲହଡି ମାରୁଛି ପାଣି ଢେଉ । ଆଉ ତାହାରି ଭିତରେ ଅଳିଆ ବୋହିବା ଟ୍ରଲିରେ ବୁହାହୋଇ ସ୍କୁଲକୁ ଯାଇ ସ୍ୱାଧୀନତା ଦିବସ ପାଳିଲେ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁ ୧୩ ନଂ ଓ୍ବାର୍ଡରେ ଥିବା ଦଧିବାମନ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟରେ। ସ୍ୱାଧୀନତା ଦିବସ ପାଳିବାକୁ ଯାଇ ଟ୍ରଲିରେ ବୁହାହେଲେ ଛାତ୍ରଛାତ୍ରୀ ।

ସ୍କୁଲକୁ ଯିବା ରାସ୍ତାରେ ଓ ସ୍କୁଲ ପରିସରରେ ଦୁଇ ଫୁଟର ପାଣି ଲହଡି ମାରୁଥିବା ବେଳେ ବିପଦସଂକୁଳ ଭାବେ ଟ୍ରଲିରେ ବୁହାହୋଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଛାତ୍ରଛାତ୍ରୀ । ଦଧିବାମନ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । ମାତ୍ର ବର୍ଷା ଦିନେ ଜଳ ନିଷ୍କାସନର ସୁବିଧା ନଥିବାରୁ ଗାଁର ଉପରମୁଣ୍ଡରୁ ବୋହି ଆସୁଥିବା ଅପରିଷ୍କାର ପାଣି ସ୍କୁଲ ସାମ୍ନାରେ ଥିବା ରାସ୍ତାରେ ଓ ସ୍କୁଲ ପରିସରରେ ଜମା ହୋଇ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ । ଯାହା ଫଳରେ ସେଠାରେ ଦୁଇଫୁଟର ପାଣି ଲହଡି ମାରି ପିଲା ଓ ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲକୁ ଯିବାଆସିବାରେ ବହୁ ସମସ୍ୟା ସୃଷ୍ଟି କରେ ।

ତେବେ ଗ୍ରାମବାସୀମାନେ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଏ ସମ୍ପର୍କରେ ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସ୍କୁଲ ରାସ୍ତାରେ ଜଳନିଷ୍କାସନର କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ସ୍ୱାଧୀନତା ଦିବସରେ ମଧ୍ୟ ଟ୍ରଲିରେ ବୁହାହୋଇ ସ୍କୁଲକୁ ଆସିଲେ ଛାତ୍ରଛାତ୍ରୀ । ସେହିପରି ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠପଢିବା ପାଇଁ ୭ ଟି ଶ୍ରେଣୀ ଗୃହ ଥିବାବେଳେ ବର୍ଷାଦିନେ ଜଳନିଷ୍କାସନ ଅସୁବିଧାରୁ ଦୁଇ ତିନୋଟି ଶ୍ରେଣୀଗୃହ ପାଣିରେ ବୁଡି ରହୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା