Masthead

ପାଇଖାନା ନିର୍ମାଣରେ ମହାଦୁର୍ନୀତି

ବେଲପଡ଼ା, (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକରେ ‘ସ୍ୱଚ୍ଛ ଭାରତ ମିଶନ’ ଯୋଜନାରେ ମହାଦୁର୍ନୀତି ଅଭିଯୋଗ। ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛି ବେଲପଡ଼ା କୋଶଳ ସମନ୍ୱୟ ସମିତି। ବ୍ଲକରେ ଗତ ୬ ବର୍ଷରେ ୩୪ ହଜାର ୩୯୮ ପାଇଖାନା ନିର୍ମାଣ ହୋଇଥିବା ବେଳେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ସରକାରୀ ପ୍ରୋତ୍ସାହନ ମିଳୁଛି। ତେବେ ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ ଅନୁମତି ମିଳୁ ନ ଥିବା ଅଭିଯୋଗ ହେଉଛି। ସେହିପରି ଠିକାଦାର ସହ ସଲାସୁତୁରାରେ ପାଇଖାନା ନିର୍ମାଣ ହେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ନିର୍ମାଣ କାମ ନିମ୍ନମାନର ହୋଇଥିବା ସହ ବ୍ୟବହାର ଅନୁପଯୋଗୀ ବୋଲି ଅଭିଯୋଗ ହୋଇଛି।

ବେଲପଡ଼ା ବ୍ଲକ ତେତୁଳିମୁଣ୍ଡ ପଞ୍ଚାୟତ ଖଲିପଥର ଗ୍ରାମର ଭୋଳା ମେହେର ଓ ଦୀନବନ୍ଧୁ ମେହେର ପାଇଖାନା ନିର୍ମାଣ ନ କରି ୧୨ହଜାର ଟଙ୍କା ପାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ହିତାଧିକାରୀଙ୍କଠାରୁ ଜାଲିଆତି କରି ଟଙ୍କା ଉଠାଯାଉଥିବା ନଜରକୁ ଆସିଛି। ବୁଧବାର ରାଜ୍ୟ କୋଶଲ ସମନ୍ୱୟ ସମିତି ବେଲପଡ଼ା ଶାଖା ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ