Masthead

କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ଓ ସେଠାରୁ ଫେରିବା ପରେ ତାଙ୍କୁ ମିଳିଥିବା ଭବ୍ୟ ସ୍ୱାଗତ ପାଇଁ ସେ ଏବେ ପୁରା ଦେଶରେ ଖୁବ ଚର୍ଚ୍ଚାରେ । ଏବେ ଆଉ ଏକ ଚର୍ଚ୍ଚା ତାଙ୍କୁ ଖବର ଶିରୋନାମାକୁ ଆଣିଛି । ଆଗକୁ ଆସୁଥିବା ହରିୟାଣା ବିଧାନସଭା ନିର୍ବାଚନରେ ସମ୍ଭବତଃ ଭିନେଶ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । କିଛି ଦିନ ତଳେ ଭିନେଶ ସକ୍ରିୟ ରାଜନୀତିକୁ ଆସିବେ ନାହିଁ ବୋଲି କହିଥିଲେ। ହେଲେ ଏବେ ସେ ରାଜନୀତିକୁ ଆସୁଥିବା ଖବର ପ୍ରକାଶ ପାଇଛି।

ଏପରି କି ହରିୟାଣା ବିଧାନସଭା ନିର୍ବାଚନରେ ଭିନେଶ ତାଙ୍କ ଭଉଣୀ ତଥା ବିଜେପି ନେତ୍ରୀ ବବିତା ଫୋଗାଟଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି କିଛି ଦିନ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ରବାର ଭିନେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ନିରନ୍ତର ଆଲୋଚନା ହେଉଛି ଯେ ଭିନେଶ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଯାହା ଉପରେ ପୂର୍ବତନ ହରିୟାଣା ସିଏମ ଭୁପେନ୍ଦ୍ର ସିଂ ହୁଡାଙ୍କ ପ୍ରତିକ୍ରିୟା ଆସିଛି। ଯେତେବେଳେ ଭୁପେନ୍ଦ୍ର ସିଂଙ୍କୁ ପଚରାଯାଇଥିଲା ଯେ ଭିନେଶ ଫୋଗଟ କଂଗ୍ରେସରେ ଯୋଗ ଦେଉଛନ୍ତି କି?

ଯାହାପରେ ସେ କହିଛନ୍ତି, ଏହା ଏକ କଳ୍ପନିକ ପ୍ରଶ୍ନ। ଖେଳାଳିମାନେ କୌଣସି ଦଳର ନୁହଁନ୍ତି, ସେମାନେ ସମଗ୍ର ଦେଶର ଅଟନ୍ତି। ଯଦି କେହି ପାର୍ଟିରେ ଯୋଗ ଦିଅନ୍ତି, ତେବେ ଆମେ ତାଙ୍କୁ ସ୍ବାଗତ କରିବୁ। ଆସିବା ନ ଆସିବା ତାଙ୍କ ତାଙ୍କ ଇଚ୍ଛା। ସେ ଆମ ଦେଶର ଜଣେ ଖେଳାଳୀ, ତାଙ୍କୁ ପୂର୍ଣ୍ଣ ସମ୍ମାନ ଦିଆଯିବା ଉଚିତ୍‌। କଂଗ୍ରେସ ନେତା ହୁଡା ଭିନେଶଙ୍କୁ ସ୍ବର୍ଣ୍ଣ ପଦକ ସମ୍ମାନ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଏହା ପୂର୍ବରୁ କହିଥିଲି ଯେ ଭିନେଶଙ୍କୁ ସମାନ ସମ୍ମାନ ଦିଆଯିବା ଉଚିତ୍‌। ତାଙ୍କୁ ଏହି ସମ୍ମାନ ଦିଆଯାଇ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ