Masthead

ଟିପ ଚିହ୍ନ ନେଇ ଲକ୍ଷାଧିକ ଟଙ୍କା ଠକେଇ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ପ୍ରଗତି ଗ୍ରୁପ ଲୋନ କରାଇବା ଆଳରେ କାଗଜପତ୍ର ଓ ଟିପ ଚିହ୍ନ ନେଇ ଏଜେଣ୍ଟ ଜଣକ ଏକ ଲକ୍ଷ ବତିଶି ହଜାର ଟଙ୍କା ଉଠାଇ ଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ବୋରିପଦର ଗାଁରେ । ବୋରିପଦର ଗ୍ରାମର ୬ ଜଣ ମହିଳା ଦେଇ ସାନ୍ତା ,ଚମ୍ପା ସାନ୍ତା , ସବିତା ସାନ୍ତା , ଦୈମତି ସାନ୍ତା , କମଳା ସାନ୍ତା ଓ ତୁଳସା ସାନ୍ତାଙ୍କୁ କଣ୍ଟାସାରୁ ଗ୍ରାମର ଜଳେଶ ହରିଜନ ପ୍ରଗତି ଗ୍ରୁପ ଲୋନ କରାଇ ଦେବି କହି କାଗଜପତ୍ର ଓ ଟିପ ଚିହ୍ନ ଆଣିଥିଲେ । କିନ୍ତୁ ଏହି ମହିଳାମାନଙ୍କ ଅଜାଣତରେ ୨୨ ହଜାର ଲେଖାଏଁ ଋଣ ହୋଇ ତାଙ୍କ ଆକାଉଣ୍ଟକୁ ଟଙ୍କା ଚଢ଼ିଥିଲା ।

କିନ୍ତୁ ଚଳିତ ମାସ ୧୩ ତାରିଖରେ ଆରବିଏଲ ବ୍ୟାଙ୍କ କର୍ମଚାରୀମାନେ ବୋରିପଦର ଯାଇ ଏହି ମହିଳାମାନଙ୍କୁ ଧମକଚମକ ଦେଇ ଜଣ ପିଛା ଦୁଇ ହଜାର ଟଙ୍କା ଲେଖାଁଏ ନେଇଥିଲେ । ପରେ ଜାଣିବାକୁ ପାଇଲେ ଯେ ଋଣ ବାବଦକୁ ଜଳେଶ ହରିଜନ ହିଁ ଋଣ ଟଙ୍କା ଉଠେଇ ନେଇଛି ବୋଲି । ଜଳେଶ ହରିଜନ ଅଶିକ୍ଷିତ, ଦୁର୍ବଳ ଓ ଅସହାୟର ସୁଯୋଗ ନେଇ ଏକ ଲକ୍ଷ ବତିଶି ହଜାର ଟଙ୍କା ଉଠାଇ ନେଇଛି ବୋଲି ମଇଦଲପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ମଇଦଲପୁର ଥାନା ଏଏସଆଇ ଲୋକେଶ କୁମାର ଭୋଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ