Masthead

ଗୋରୁ ମାଫିଆଙ୍କ ପାଇଁ ଗଳାବାଟ ସାଜିଛି ନଦୀ ବନ୍ଧ

କାମାକ୍ଷାନଗର, (ବଡ଼ ଖବର ବ୍ୟୁରୋ): କାମାକ୍ଷାନଗରରେ ଦିନକୁ ଦିନ ବଢ଼ିଚାଲିଛି ବେଆଇନ ଗୋରୁ ଚାଲାଣ। ଏଥିପାଇଁ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବା ପରେ ଏବେ ଗୋରୁ ମାଫିଆଙ୍କ ପାଇଁ ଗଳାବାଟ ପାଲଟିଛି ନଦୀ ବନ୍ଧ। ମଙ୍ଗଳବାର ବିଳମ୍ବିତ ରାତିରେ ମାର୍ଥାପୁର ଓ ଜିରାଳ ନଦୀ ବନ୍ଧରେ ‘ବଡ଼ ଖବର’ ପ୍ରତିନିଧି ଏକ ଗୋରୁ ବୋଝେଇ ପିକଅପ୍ ଗାଡ଼ି ଧରିଥିଲେ। ପିକଅପରେ ତିନି ଜଣ ବ୍ୟକ୍ତି ଥିଲେ ଓ ଉକ୍ତ ପିକଅପକୁ ଏସକର୍ଟ କରି ଯାଉଥିବା ଗୋଟିଏ ବାଇକରେ ଦୁଇ ଜଣ ଥିଲେ। ଏମାନେ କାମାକ୍ଷାନଗର ବ୍ଲକ୍ ବାଙ୍କୁଆଳ ପଞ୍ଚାୟତ ଓ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମର ବୋଲି ଜଣାପଡ଼ିଛି।

ସେମାନଙ୍କୁ ଧରିବା ପରେ ସେମାନେ କିଛି ଟଙ୍କା ଅଫର କରି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପରେ ଆମ ପ୍ରତିନିଧି ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ମୁରଲୀଧର ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନର ଉତ୍ତର ଦେଇ ନ ଥିଲେ। ଗୋରୁ ମାଫିଆମାନଙ୍କ ପାଖରେ ମାରଣାସ୍ତ୍ର ଥିବାରୁ ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ରାତିରେ ପୋଲିସ କେତେ ସକ୍ରିୟ ତାହା ଏହି ଘଟଣାରୁ ସ୍ପଷ୍ଟ। ପୋଲିସର ନାକ ତଳେ ପ୍ରତ୍ୟେକ ଦିନ ଗୋରୁ ମାଫିଆ ଗୋରୁ ଚାଲାଣ କରୁଥିବା ଘଟଣାରୁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼