Masthead

ଅଧପନ୍ତରିଆ ଅବସ୍ଥାରେ ଷ୍ଟାଫ କ୍ୱାର୍ଟର୍ସ

ଚନ୍ଦ୍ରପୁର, (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଷ୍ଟାଫ କ୍ୱାର୍ଟର୍ସ ନିମନ୍ତେ ୩ରୁ ୪ ବର୍ଷ ପୂର୍ବେ କାର୍ୟ୍ୟ ଆରମ୍ଭ ହୋଇଥିଲା। କିଛିଦିନ କାମ ଜୋରସୋରରେ ଚାଲିଥିଲା। ହେଲେ ତା’ପରେ ସବୁ ଠପ୍। କାମ ଆଉ ଆଗେଇବାର ନାଁ ନେଉନାହିଁ। ଠିକାଦାରଙ୍କ ଦେଖା ମିଳୁନାହିଁ। କ’ଣ ପାଇଁ କାମ ବନ୍ଦ ହେଲା ତାହା ମଧ୍ୟ କାହାକୁ ଜଣା ନାହିଁ। ଲୋକେ କହୁଛନ୍ତି, କାମ ନ କରି ସବୁ ଟଙ୍କା ଚଳୁ ହୋଇଯାଇଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଧାନ ଶିକ୍ଷକ ବୁଦ୍ଧଦେବ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଦୀର୍ଘ ୩/୪ ବର୍ଷ ପୂର୍ବେ କାମ ଆରମ୍ଭ ହୋଇଥିଲା, କାମ ଏପର୍ୟ୍ୟନ୍ତ ସରିନାହିଁ। କ’ଣ ପାଇଁ କାମ ବନ୍ଦ ଅଛି ସେ ମଧ୍ୟ ଜାଣି ନ ଥିବା କହିଛନ୍ତି। ଏହି ବିଷୟରେ ଗୁଣୁପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗଙ୍କୁ ପଚାରିବାରୁ ଯଥା ଶୀଘ୍ର କାମ ସାରିବା ନିମନ୍ତେ ଠିକାଦାରଙ୍କୁ କହିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ଅନେକ ଦିନ ଗଡ଼ିଗଲାଣି, କାମ ଆରମ୍ଭର ନାଁ ନେଉନାହିଁ। କାମ ଦାୟିତ୍ୱରେ ଥିବା ଆଇଟିଡିଏ କନିଷ୍ଠଯନ୍ତ୍ରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ