Masthead

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ; ଆଗତ ହେବ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ଅଟକଳ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ବୈଠକରେ । ଚଳିତ ବର୍ଷର ବଜେଟକୁ ମିଳିବ ଅନୁମୋଦନ । ୩୮୬ କୋଟି ଟଙ୍କାର ରହିଛି ବ୍ୟୟ ଅଟକଳ । ଶ୍ରୀମନ୍ଦିର ନିଯୁକ୍ତି ପାଇଁ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ନିମନ୍ତେ ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ପାଇଁ ୩୮୬ କୋଟି ଟଙ୍କାର ଆୟବ୍ୟୟ ବଜେଟ ପ୍ରସ୍ତୁତ ହୋଇଛି । ଯେଉଁଥିରେ ରାଜସ୍ୱ ଆୟ ୨୭୫ କୋଟି ୮୩ ଲକ୍ଷ ୯୯ ହଜାର ଟଙ୍କା ଥିବା ବେଳେ ଖର୍ଚ୍ଚ ୧୯୧ କୋଟି ୩ ଲକ୍ଷ ୭୦ ହଜାର ଟଙ୍କା ରହିଛି ।

ଏଥିରେ ରାଜସ୍ୱ ବଳକା ୮୩ କୋଟି ୮୦ ଲକ୍ଷ ୨୯ ହଜାର ଟଙ୍କା ରହିଛି । ବଜେଟ ଏଷ୍ଟିମେଟ୍ କ୍ୟାପିଟାଲ ୧୧୦ କୋଟି ୧୬ ଲକ୍ଷ ୯୦ ହଜାର ଟଙ୍କା ହୋଇଥିବା ବେଳେ ବ୍ୟୟ ୧୧୭ କୋଟି ୫୦ ଲକ୍ଷ ୭୮ ହଜାର ଟଙ୍କା ରହିଛି । ସବୁ ମିଶାଇଲେ ୭୭ କୋଟି ୨୧ ଲକ୍ଷ ୪୧ ହଜାର ଟଙ୍କା ରାଜସ୍ୱ ବଳକା ହେଉଛି । ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଅର୍ଥ ସବ୍କମିଟି ବୈଠକରେ ଏନେଇ ଆଲୋଚନା ପରେ ପରିଚାଳନା କମିଟିରେ ବଜେଟକୁ ଉପସ୍ଥାପିତ କରିବାକୁ ସୁପାରିସ ହୋଇଛି । ବୈଠକରେ ୨୦୨୧-୨୨ର ଆକାଉଣ୍ଟ ଅଡିଟ୍ ଉପସ୍ଥାପିତ ହୋଇଥିଲା । ଯାହାକୁ ମଞ୍ଜୁର କରାଯାଇଛି । ଆଜି ଏହାକୁ ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା