Masthead

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ; ଆଗତ ହେବ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ଅଟକଳ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ବୈଠକରେ । ଚଳିତ ବର୍ଷର ବଜେଟକୁ ମିଳିବ ଅନୁମୋଦନ । ୩୮୬ କୋଟି ଟଙ୍କାର ରହିଛି ବ୍ୟୟ ଅଟକଳ । ଶ୍ରୀମନ୍ଦିର ନିଯୁକ୍ତି ପାଇଁ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ନିମନ୍ତେ ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ପାଇଁ ୩୮୬ କୋଟି ଟଙ୍କାର ଆୟବ୍ୟୟ ବଜେଟ ପ୍ରସ୍ତୁତ ହୋଇଛି । ଯେଉଁଥିରେ ରାଜସ୍ୱ ଆୟ ୨୭୫ କୋଟି ୮୩ ଲକ୍ଷ ୯୯ ହଜାର ଟଙ୍କା ଥିବା ବେଳେ ଖର୍ଚ୍ଚ ୧୯୧ କୋଟି ୩ ଲକ୍ଷ ୭୦ ହଜାର ଟଙ୍କା ରହିଛି ।

ଏଥିରେ ରାଜସ୍ୱ ବଳକା ୮୩ କୋଟି ୮୦ ଲକ୍ଷ ୨୯ ହଜାର ଟଙ୍କା ରହିଛି । ବଜେଟ ଏଷ୍ଟିମେଟ୍ କ୍ୟାପିଟାଲ ୧୧୦ କୋଟି ୧୬ ଲକ୍ଷ ୯୦ ହଜାର ଟଙ୍କା ହୋଇଥିବା ବେଳେ ବ୍ୟୟ ୧୧୭ କୋଟି ୫୦ ଲକ୍ଷ ୭୮ ହଜାର ଟଙ୍କା ରହିଛି । ସବୁ ମିଶାଇଲେ ୭୭ କୋଟି ୨୧ ଲକ୍ଷ ୪୧ ହଜାର ଟଙ୍କା ରାଜସ୍ୱ ବଳକା ହେଉଛି । ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଅର୍ଥ ସବ୍କମିଟି ବୈଠକରେ ଏନେଇ ଆଲୋଚନା ପରେ ପରିଚାଳନା କମିଟିରେ ବଜେଟକୁ ଉପସ୍ଥାପିତ କରିବାକୁ ସୁପାରିସ ହୋଇଛି । ବୈଠକରେ ୨୦୨୧-୨୨ର ଆକାଉଣ୍ଟ ଅଡିଟ୍ ଉପସ୍ଥାପିତ ହୋଇଥିଲା । ଯାହାକୁ ମଞ୍ଜୁର କରାଯାଇଛି । ଆଜି ଏହାକୁ ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ