Masthead

ରେଡ୍‌ କରିବାକୁ ଯାଇଥିଲା ଇଡି, କବାଟ ଖୋଲିଲେନି ବିଧାୟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ଓଖଲା ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଥିବା ଅମାନତୁଲ୍ଲା ଖାନ ସୋମବାର ଦାବି କରିଛନ୍ତି ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢାଉ ପାଇଁ ତାଙ୍କ ଘରେ ପହଞ୍ଚିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ତାଙ୍କୁ ଗିରଫ କରିବା ପାଇଁ ଇଡି ଅଧିକାରୀମାନେ ପହଞ୍ଚିଛନ୍ତି। ତେବେ ରେଡ୍‌ କରିବାକୁ ଯାଇଥିବା ଇଡି ଟିମ୍‌କୁ ଘରେ ପଶିବାକୁ ଦେଇନାହାନ୍ତି ବିଧାୟକ। ଇଡି ସହିତ କୌଣସି ସ୍ଥାନୀୟ ପୋଲିସ ଦଳ ନ ଥିବାରୁ ଅମାନତୁଲ୍ଲା ଖାନ ଅଧିକାରୀଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନାହାନ୍ତି। ସେମାନଙ୍କୁ ପାଇଁ ଘରର କବାଟ ଖୋଲି ନାହାନ୍ତି।

ଏଭଳି ପରିସ୍ଥିତିରେ ସ୍ଥାନୀୟ ପୋଲିସକୁ ଡକାଯାଇଛି। ୱାକଫ ବୋର୍ଡ ମାମଲାରେ ଇଡିର ଏକ ଟିମ୍‌ ଅମାନତୁଲ୍ଲା ଖାନଙ୍କ ଘରେ ଚଢ଼ାଉ ପାଇଁ ଆଜି ସକାଳୁ ପହଞ୍ଚିଛି। ଏହାକୁ ନେଇ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ମୋତେ ଗିରଫ କରିବା ପାଇଁ ଇଡି ଲୋକମାନେ ମୋ ଘରେ ପହଞ୍ଚିଛନ୍ତି। ସର୍ଚ୍ଚ ୱାରେଣ୍ଟ ନାମରେ ଇଡିର ଟିମ୍‌ ମୋତେ ଗିରଫ କରିବାକୁ ଆସିଛନ୍ତି। ମୋ ଶାଶୁ କ୍ୟାନ୍‌ସର ରୋଗରେ ପୀଡିତ। ୪ ଦିନ ପୂର୍ବରୁ ତାଙ୍କର ଅପରେସନ୍ କରାଯାଇଛି।’ସେ ଏହା ମଧ୍ୟ କହିଛନ୍ତି ଯେ ସେ ଇଡିର ସମସ୍ତ ନୋଟିସର ଜବାବା ଦେଇଛନ୍ତି। ‘ଏମାନେ କେବଳ ମେତେ ନୁହେଁ ମୋ ଦଳକୁ ମଧ୍ୟ ହଇରାଣ କରୁଛନ୍ତି।

ଏମାନଙ୍କ ଉଦ୍ଦେଶ୍ୟ ହେଲା ଆମକୁ ଭାଙ୍ଗିବା ଓ ଅଲଗା କରିବା। କିନ୍ତୁ ଏମାନଙ୍କୁ ଆମେ ଡରିବୁ ନାହିଁ। ମୋର ଆଇନ ବ୍ୟବସ୍ଥା ଉପରେ ଓ ଅଦାଲତ ଉପରେ ବିଶ୍ୱାସ ରହିଛି। ନିଶ୍ଚିତ ଆମକୁ ନ୍ୟାୟ ମିଳିବ। ଏଥିସହ ତାଙ୍କ ବିରୋଧରେ ମିଥ୍ୟା ଅରୋପ ଲଗାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି।କିଛି ସମୟ ପରେ ସଞ୍ଜୟ ସିଂ ଏହି ରେଡର ଭିଡିଓ ଶେୟାର କରି କହିଛନ୍ତି, ଇଡିର ନିଷ୍ଠୁରତାକୁ ଦେଖ। ଅମାନତୁଲ୍ଲା ଖାନ ପ୍ରଥମେ ଇଡି ଅନୁସନ୍ଧାନରେ ଯୋଗ ଦେଇଥିଲେ। ତାଙ୍କଠାରୁ ଅଧିକ ସମୟ ମାଗିଥିଲେ। ତାଙ୍କ ଶାଶୁଙ୍କର କର୍କଟ ରୋଗ ଅଛି, ସେ ଅସ୍ତ୍ରୋପଚାର କରିଛନ୍ତି । ତାଙ୍କର ଏକ ଅପରେସନ ହୋଇଛି। ହେଲେ ସକାଳୁ ଇଡି ଟିମ୍‌ ତାଙ୍କ ଘରେ ପହଞ୍ଚିଯାଇଛନ୍ତି। ଅମାନାତୁଲ୍ଲାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ହେଲେ ମୋଦିଙ୍କ ଏକଛତ୍ରବାଦୀ ଶାସନ ଓ ଇଡିର ଗୁଣ୍ଡାଗର୍ଦ୍ଦି ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!