Masthead

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

ମ୍ବଲପୁର(ବଡ଼ ଖବର ବ୍ୟୁରୋ): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ମାଟି ବି ପ୍ରସ୍ତୁତ । ମାଟି ମଣିଷ ବି ପ୍ରସ୍ତୁତ । ମାଟି ମା’ର ସେବା ଆରାଧନା ପାଇଁ ବିଧି ବି ଚୂଡ଼ାନ୍ତ । ଅପେକ୍ଷା କେବଳ ସେହି ମହାର୍ଘ୍ୟ ମୁହୂର୍ତ୍ତକୁ । ପଶ୍ଚିମ ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଫେରିଲେଣି । ପିଠାପଣାରେ ମହକି ଉଠିଛି ଘର ଅଗଣା । ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବା ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ପବିତ୍ର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଆହ୍ୱାନରେ ପଣ୍ଡିତଙ୍କ ଦ୍ୱାରା ତୁଳା ଲଗ୍ନ, ମକର ନବାଂଶରେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ ନବାନ୍ନ । ସକାଳ ୯ଟା ୧୨ ମିନିଟ୍ରୁ ୯ଟା ୨୭ ମିନିଟ୍ ମଧ୍ୟରେ ଏଥିଲାଗି ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ଏହାପରେ ପାଶ୍ୱର୍ ଦେବଦେବୀଙ୍କୁ ନବାନ୍ନ ଅର୍ପଣ କରାଯିବ ।

ଏହାପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରିବେ । ଏଥିପାଇଁ ମା’ ସମଲେଶ୍ୱରୀଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ୫ଦିନ ତଳୁ ସ୍ୱତନ୍ତ୍ର କିସମର ନୂଆଁ ସରିଆ ଧାନ ପହଞ୍ଚିସାରିଛି । ଏଥିରୁ ପ୍ରସ୍ତୁତ ଚରୁକୁ ମା’ଙ୍କ ନିକଟରେ ଅର୍ପଣ କରାଯିବ । ନୂଆଁଖାଇରେ ସାମିଲ ହେବାକୁ ପରିବାରର ସଦସ୍ୟ ଘରମୁହାଁ ହୋଇଛନ୍ତି । ରେଳ ଷ୍ଟେସନରୁ ଆରମ୍ଭ କରି ବସ୍ଷ୍ଟାଣ୍ଡ ଯାଏ ଲୋକାରଣ୍ୟ ହୋଇଉଠିଛି । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି । ଭଳିକି ଭଳି ପିଠାପଣାରେ ଘର ମହକୁଛି । ଚାଷୀ ଭାଇ ହଳବଳଦ ଧୁଆ, ଗୁହାଳ ସଫା କାର୍ଯ୍ୟ ଶେଷ କରିଦେଲେଣି । ମହିଳାମାନେ ଘର ଲିପାପୋଛା, ଚୁନା ପ୍ରସ୍ତୁତି କାମ ସାରିଦେଲେଣି । ବିଭିନ୍ନ ଜାତିର ଲୋକ ଭିନ୍ନ ଭିନ୍ନ ପତ୍ରରେ ନବାନ୍ନ ଭକ୍ଷଣ କରିଥାନ୍ତି । ଏଥିପାଇଁ ଜାତି ଅନୁସାରେ କୁରେ, ମହୁଲ, ଶାଳ ଆଦି ବିଭିନ୍ନ ପତ୍ର ସଂଗ୍ରହ କରି ଦନା ପ୍ରସ୍ତୁତି ବି ଶେଷ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ