Masthead

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବେଲରୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ। ଆସନ୍ତା ୨ ଦିନ ମଧ୍ୟରେ ପଦରୁ ଇସ୍ତଫା ଦେବା ନେଇ ସେ ଘୋଷଣା କରିଛନ୍ତି। ଆପ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ କରିବାର ଶକ୍ତି ଆମର ଅଛି। ସେ ଆହୁରି କହିଛନ୍ତି ଯେ, ଆମେ ବିଜେପି ଆଗରେ ନଇଁବୁ ନାହିଁ।

ଆସନ୍ତା ଦୁଇ ଦିନ ମଧ୍ୟରେ ସେ ସିଏମ ପଦରୁ ଇସ୍ତଫା ଘୋଷଣା କରିବେ। ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାନସଭା ଦଳର ବୈଠକ ହେବ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ସିଏମ ମଧ୍ୟ ଆମ ଆଦମୀ ପାର୍ଟିର କେହି ଜଣେ ହେବେ। କେଜ୍ରିୱାଲ ଆଦମୀ ପାର୍ଟି କର୍ମୀ ତଥା ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ମୁଁ ସରକାରୀ କୋର୍ଟରେ ଜିତିବା ପର୍ଯ୍ୟନ୍ତ ମୁଁ ସିଏମ ହେବି ନାହିଁ। ମୁଁ ଚାହୁଁଛି ଯେ ନଭେମ୍ବରରେ ଦିଲ୍ଲୀ ନିର୍ବାଚନ ହେଉ। ଜନସାଧାରଣ ମୋତେ ଭୋଟ ଦେବେ। ଯଦି ମୁଁ ଜିତେ ତେବେ ମୁଁ ସିଏମଙ୍କ ଚେୟାରରେ ବସିବି ବୋଲି ସେ କହିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୬ ମାସ ହେବ ଜେଲରେ ଥିଲେ ଅରବିନ୍ଦ କେଜ୍ରିୱାଲ। ଗତକାଲି ତାଙ୍କୁ ସୁପ୍ରିମକୋର୍ଟରୁ ବେଲ୍ ମିଳିିଥିଲା। ବେଲରେ ଆସିବା ପରେ ଆଜି କେଜ୍ରିୱାଲ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ଗିରଫଦାରୀର ୬ ମାସ ମଧ୍ୟରେ ଇସ୍ତଫା ନେଇ ସେ କୌଣସି ପ୍ରକାର ପ୍ରତିକ୍ରିୟା ରଖିନଥିଲେ। ଏପରିକି ସେ ଜେଲରେ ଥିବା ସମୟରେ ମଧ୍ୟ ବିରୋଧୀଙ୍କ ପକ୍ଷରୁ ଏକାଧିକ ବାର ଇସ୍ତଫା ନେଇ ଦାବି ଉଠିଥିଲା। କିନ୍ତୁ ସେ ଇସ୍ତଫା ଦେଇନଥିଲେ, ଜେଲରୁ ଥାଇ ମୁଖ୍ୟମନ୍ତ୍ରୀ ପଦର ପରିଚାଳନା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ